ସୁନାର ସଂସାର ଉଜାଡି ଦେଲା ଖାପ ପଞ୍ଚାୟତ । ସ୍ତ୍ରୀଠାରୁ ଅଲଗା ହୋଇ ବାହାଘରର ୭ ଦିନ ପରେ ବିଷ ପିଇ ଆତ୍ମହତ୍ୟା କଲେ ସ୍ୱାମୀ

314

କନକ ବ୍ୟୁରୋ : ଖାପ ପଞ୍ଚାୟତ ଉଜାଡି ଦେଲା ପ୍ରେମୀ ଜୁଗଳଙ୍କ ସୁନାର ସଂସାର । ବାହା ହେବାର ୭ ଦିନ ପରେ ବିଶ ପିଇ ଆତ୍ମହତ୍ୟା କଲା ସ୍ୱାମୀ । ମଲାକନଗିରି ଜିଲ୍ଲା ର ଏମଭି ୯ ଗାଁ ର ବଙ୍ଗୀୟ ଯୁବକ ସଂଜୀବ ହାଲଦାର ନିକଟ ବୈଲାପାଲି ଗାଁର ଜଣେ ଭିନ୍ନ ଜାତୀର ଝିଅକୁ ୨ବର୍ଷ ଧରି ଭଲ ପାଉ ଥିଲେ । ପ୍ରାପ୍ତ ବୟସ ହୋଇଥିବାରୁ ଉଭୟ ଗତ ୧୪ ତାରିଖରେ ପ୍ରଥମେ କୋର୍ଟ ମାରେଜ୍ ଓ ପରେ ଗାଁ ମନ୍ଦିରରେ ପରସ୍ପରକୁ ବର ମାଳା ପିନ୍ଧାଇ ନୂଆ ସଂସାର ଗଢିଥିଲେ ଏହି ପ୍ରେମୀ ଯୁଗଳ । ତେବେ ସମାଜର ବଡ ପଣ୍ଡାମାନେ ଏହି ଘଟଣାକୁ ସହଜରେ ହଜମ କରି ପାରି ନ ଥିଲେ ।

ବାହାଘରର ଦୁଇ ଦିନ ପରେ ମାଁଙ୍କ ଦେହ ଖରାପ ଥିବା କଥା କହି ଝିଅ କୁ ଗାଁ ରେ ଡାକି ଆଣି ନାନା ଚାପ ପ୍ରୟୋଗ କରା ଯାଇ ଥିବା ଅଭିଯୋଗ ହୋଇଛି । ଗତ ଶୁକ୍ରବାର ଦିନ ବୌଲାପାଲି ଗାଁ ସମେତ ପାଖ ଆଖ ଗାଁର ଶହ ଶହ ଲୋକଙ୍କୁ ନେଇ ବସି ଥିଲା ଖାପ ପଞ୍ଚାୟତ । ସେହି ଖାପ ପଞ୍ଚାୟତ ପରେ ଝିଅକୁ ଆଉ ସ୍ୱାମୀ ପାଖକୁ ଛଡା ନ ଯିବାକୁ ନିଷ୍ପତ୍ତି ହୋଇଥିଲା । ଆଉ ଏହି ଖବର ଜାଣିବାକୁ ପାଇ ସ୍ୱମୀ ସଂଜୀବ ଶନିବାର ବିଶ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ମାଲକାନଗିରି ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ସଂଜୀବଙ୍କ ମୃତ୍ୟୁକୁ ନେଇ ତଦନ୍ତ ହେବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ ।