କନକ ବ୍ୟୁରୋ : ଫୋନରେ ସ୍ତ୍ରୀ ସହ ଝଗଡା ପରେ ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ । ଟ୍ରକ ଡ୍ରାଇଭର ଥିବା ସ୍ୱାମୀ ସହିତ ସ୍ତ୍ରୀଙ୍କର ଫୋନରେ ବଚସା ପରେ କେନାଲକୁ ଡେଇଁ ଜୀବନ ହାରିଦେଲେ ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୟପୁର ଅଂଚଳରେ । ଏପରି ଏକ ଘଟଣା ପୁରା ଅଂଚଳରେ ଚର୍ଚାର ବିଷୟ ହୋଇଛି । ଟ୍ରକ୍ ନେଇ ଆନ୍ଧ୍ରପ୍ରଦେଶରୁ ମଧ୍ୟପ୍ରଦେଶ ଆସୁଥିବା ସମୟରେ ଟ୍ରକ୍ ଚାଳକ ସ୍ୱାମୀଙ୍କ ସହିତ ସ୍ତ୍ରୀଙ୍କର ଫୋନ୍ ଯୋଗେ ବଚସା ହୋଇଥିଲା ।

Advertisment

publive-image

କଥା ଅଧିକ ଉଗ୍ର ହେବାରୁ ଶେଷରେ ରାସ୍ତା ଅଧାରେ ଟ୍ରକ୍ ରଖି କେନାଲ ଭିତରକୁ ଡେଇଁ ପଡିଥିଲେ ଟ୍ରକ୍ ଡ୍ରାଇଭର  । ଜୟପୁର ଟାଉନ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଚି ଘଟଣା ସ୍ଥଳରୁ ଶବ ଉଦ୍ଧାର କରିଛି । ମୃତ ଡ୍ରାଇଭର ଜଣକ ଆନ୍ଧ୍ରପ୍ରଦେଶ ସାଲୁର ଅଂଚଳର ଏମ୍ ଶିବା ବୋଲି ଜଣାପଡିଛି ।