ଲୁଟେରା ସ୍ୱାମୀ... । ଧମକ ଦେଇ ବିବାହ କରିଲା, ପତ୍ନୀକୁ ହୋଟେଲରେ ଛାଡିଦେଇ ସୁନାଗହଣା, ଟଙ୍କା ଧରି ଛୁ ମାରିଲା ।

Advertisment
ଲୁଟେରା ସ୍ୱାମୀ... । ଧମକ ଦେଇ ବିବାହ କରିଲା, ପତ୍ନୀକୁ ହୋଟେଲରେ ଛାଡିଦେଇ ସୁନାଗହଣା, ଟଙ୍କା ଧରି ଛୁ ମାରିଲା ।

କନକ ବ୍ୟୁରୋ : ଫେସବୁକରେ ବନ୍ଧୁତା। ପରେ ହେଲା ପ୍ରେମ। ପ୍ରେମରେ ପାଗଳ ହୋଇ ଯୁବକ ଦେଲା ଆତ୍ମହତ୍ୟା ଧମକ। ବିବାହ ନକଲେ ବେକ କାଟିଦେବି ବୋଲି ଯୁବତୀଙ୍କୁ ଧମକ ଦେଇ ବିବାହ କଲା ଯୁବକ। ହେଲେ ବିବାହର କିଛି ଦିନ ପରେ ସାମ୍ନାକୁ ଆସିଲା ଯୁବକର ଅସଲ ଉଦ୍ଦେଶ୍ୟ। ପ୍ରେମ ନୁହେଁ, ପତ୍ନୀର ସୁନଗହଣା ଓ ଟଙ୍କାକ ଉପରେ ଥିଲା ଅଭିଯୁକ୍ତରର ନଜର। ବିବାହ ପରେ ପରେ ପତ୍ନୀକୁ ହୋଟେଲରେ ଛାଡ଼ିଦେଇ ସୁନଗହଣା ଓ ଟଙ୍କା ନେଇ ଫେରାର ହୋଇଗଲା ଯୁବକ। ଏହି ଘଟଣାଟି ଘଟିଛି କୋଲକାତାରେ ରହୁଥିବା ଜଣେ ମହିଳାଙ୍କ ସହ । ଏ ନେଇ ସେ ନ୍ୟାୟ ପାଇଁ ପୁଲିସକୁ ସାହାଯ୍ୟ ମାଗିଛନ୍ତି।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଫେସବୁକରେ କଥା ହେବା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ଦୂର ସଂପର୍କୀୟ ବୋଲି ଜଣାପଡ଼ିଥିଲା। କିଛି ଦିନ କଥା ହେବା ପ‌ରେ ବିବାାହ ପାଇଁ ଚାପ ପକାଇବା ଆରମ୍ଭ କରିଥିଲା ଅଭିଯୁକ୍ତ। ଏହା ସହ ବ୍ଲେଡରେ ବେକ କାଟି ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଇଥଲା। ପୀଡ଼ିତା ଏହାକୁ ଅଣଦେଖାି କରିବା ପରେ ଅଭିଯୁକ୍ତ ଆସି କୋଲକାତାରେ ପହଞ୍ଚିଥିଲା। ପରେ ବାଧ୍ୟ ହୋଇ ପୀଡ଼ିତା ଅଭିଯୁକ୍ତକୁ କୋର୍ଟରେ ବିବାହ କରିବା ପରେ ଦୁହେଁ ହୋଟେଲରେ ରହିଥିଲେ। ବିବାହ ପରେ ପୀଡ଼ିତା ଶୋଇଥିବା ସମୟରେ ଅଭିଯୁକ୍ତ ସୁନାଗହଣା ଓ ଟଙ୍କାହ ନେଇ ଫେରାର ହୋଇଯାଇଥିଲା। ପତ୍ତା ଲଗାଇବା ପାଇଁ ପୀଡ଼ିତା ଅଭିଯୁକ୍ତର ଘରକୁ ଯିବା ପରେ ସେଠାରେ ତାଲା ପଡ଼ିଥିବା ଦେଖି ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe