ପତ୍ନୀଙ୍କ ଡ୍ରେସ ଦେଖି ଡରିଗଲେ ସ୍ୱାମୀ, ସାପ ଭାବି ଭାଙ୍ଗିଦେଲେ ଧର୍ମପତ୍ନୀଙ୍କ ଗୋଡ

5,693

ଲୋକମାନେ ନିଜର ପରିଧାନକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଗବେଷଣା କରନ୍ତି । ଅଦ୍ଭୁତ ଷ୍ଟାଇଲ ଓ ଭିନ୍ନ ଦେଖାଯିବା ଇଚ୍ଛାରେ ଲୋକ ଭ୍ରମରେ ପକାଉଥିବା କପଡା ମଧ୍ୟ ପିନ୍ଧନ୍ତି । କିନ୍ତୁ ବେଳେବେଳେ ଏଥିରେ ଏତେ କ୍ଷତି ହୋଇଥାଏ ଯେ, ଜୀବନ ପ୍ରତି ବିପଦ ଆସିଯାଏ । ଅଷ୍ଟ୍ରେଲିୟାର ସହର ମେଲବର୍ଣ୍ଣରେ କିଛି ଏମିତି ହୋଇଛି । ଏଠି ଜଣେ ମହିଳା କିଛି ଏମିତି ଡ୍ରେସ ପିନ୍ଧିଲେ କି ତାଙ୍କ ପତି ଦେଖି ଡରିଗଲେ ଓ ସେ ନିଜକୁ ବଂଚାଇବା ପାଇଁ ପତ୍ନୀଙ୍କ ଗୋଡ ଭାଙ୍ଗିଦେଲେ । ପରେ ଯେମିତ ମହିଳାଙ୍କ ପତି ଜାଣିଲେ ତାଙ୍କୁ ବହୁତ ଦୁଃଖ ଲାଗିଲା । ଆହତ ମହିଳାଙ୍କ ଚିକିତ୍ସା ଚାଲୁଛି ।

ଫଟୋରେ ଦେଖିବାକୁ ମିଳୁଛି ଯେ, ପ୍ରଥମ ଝଲକରେ ମହିଳାଙ୍କ ଗୋଡ ସାପ ଭଳି ନଜର ଆସୁଛି । ଯେକେହି ବି ଭ୍ରମିତ ହୋଇଯିବ । ମହିଳା ରାତିରେ ଶୋଇବା ସମ୍ରରେ ସାପ ଭଳି ଦେଖାଯାଉଥିବା ଷ୍ଟକିଙ୍ଗ ପିନ୍ଧିଥିଲେ ଓ ନିଜ ପାଦକୁ ଚାଦରରୁ ବାହରକୁ କାଢ଼ି ଶୋଇଥିଲେ । ରାତିରେ ଯେତେବେଳେ ତାଙ୍କ ସ୍ୱାମୀ ଘରକୁ ଫେରିଥିଲେ, ସେତେବେଳେ କୋଠରୀରେ ଅନ୍ଧକାର ଥିଲା ଓ ପତ୍ନୀଙ୍କ ଗୋଡ ସାପ ଭଳି ଦେଖାଗଲା । ମହିଳାଙ୍କ ସ୍ୱାମୀ ତୁରନ୍ତ କବାଟ ପାଖରେ ଥିବା ବେସବଲ ବ୍ୟାଟ୍ ଉଠାଇଲେ ଓ ପତ୍ନୀଙ୍କ ପାଦକୁ ଜୋରରେ ପ୍ରହାର କଲେ । ଯେତେବେଳେ ମହିଳା ଜୋରରେ ଚିତ୍କାର କଲେ, ସେତେବେଳେ ସେ ଜାଣିଲେ କି, ସେ ତାଙ୍କ ପତ୍ନୀଙ୍କ ଉପରକୁ ପ୍ରହାର କରିଛନ୍ତି । ତା’ପରେ ସେ ତୁରନ୍ତ ହସପିଟାଲ ନେଇକି ଗଲେ ।