ପ୍ରେମରୁ ପ୍ରତାରଣା…ପତ୍ନୀଙ୍କ ଦ୍ୱିତୀୟ ବିବାହକୁ ଭଣ୍ଡୁର କଲେ ସ୍ୱାମୀ: ମଙ୍ଗଳକୃତ୍ୟ ଉତ୍ସବରେ ବିବାହର ପ୍ରମାଣପତ୍ର ଦେଖାଇବାରୁ ଭାଂଗିଲା ବାହାଘର

4,545

କନକ ବ୍ୟୁରୋ: ପତ୍ନୀଙ୍କ ଦ୍ୱିତୀୟ ବିବାହକୁ ଭଣ୍ଡୁର କଲେ ସ୍ୱାମୀ । ଆଜି ସ୍ତ୍ରୀର ଦ୍ୱିିତୀୟ ବାହାଘର ଥିବା ବେଳେ ମେହେନ୍ଦୀ ଉତ୍ସବରେ ବିବାହର ପ୍ରମାଣ ପତ୍ର ଧରି ସ୍ୱାମୀ ପହଞ୍ଚିବା ପରେ ବାହାଘର ଭାଙ୍ଗିଯାଇଛି । ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ୨୦୦୮ରେ ବ୍ୟାକିଂ କୋଚିଂ ନେବା ପାଇଁ ଭୁବନେଶ୍ୱର ଆସିଥିଲେ ରାକେଶ ବାରିକ । ଏହା ପରେ ଯୁବତୀଙ୍କ ସହ ଦେଖାହୋଇଥିଲା । ୨୦୧୩ରେ ଭଲ ପାଇ ଉଭୟ କୋର୍ଟ ମ୍ୟାରେଜ କଲେ । ବିବାହ ପରେ ସେମାନେ ଭୁବନେଶ୍ୱରରେ କିଛି ବର୍ଷ ରହିଥିଲେ । ପରେ ରମେଶ ଏକ ଘରୋଇ ଶିଳ୍ପ ସଂସ୍ଥାରେ ଚାକିରି କରୁଥିବା ବେଳେ ଯୁବତୀ ଓଡିଶା ବାହାରେ ଚାକିରି କରୁଥିଲେ ।

ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ଥିଲା । କିନ୍ତୁ କିଛି ମାସ ହେବ ଯୁବତୀ ଜଣକ ଭଲ ସେ କଥାନେହେବାରୁ ରାକେଶଙ୍କର ସନ୍ଦେହ ହୋଇଥିଲା । ଏନେଇ ସେ ଅନୁଗୁଳ କୋର୍ଟରେ ତାଙ୍କ ସ୍ତ୍ରୀ ତାଙ୍କୁ ଧୋକା ଦେଉଥିବା ଅଭିଯୋଗ କରିଥିଲେ । ଏହା ପରେ କୋର୍ଟ ଯୁବତୀଙ୍କୁ ନୋଟିସ କରିଥିଲେ । ହେଲେ ନୋଟିସକୁ ବେଖାତିର କରି ଯୁବତୀ ଜଣକ ଅନ୍ୟତ୍ର ବିବାହ କରିବା ପାଇଁ ସମସ୍ତ ଆୟୋଜନ କରିଥିଲେ । ଏହି ଖବର ପାଇ ରାକେଶ ବାରିକ ମେହେନ୍ଦୀ ଉତ୍ସବରେ ନିଜର ବିବାହ ପ୍ରମାଣ ପତ୍ର ଦେଇ ପହଚିଂବା ପରେ ବାହାଘରଟି ଭାଙ୍ଗିଯାଇଛି ।