ପ୍ରତିଦିନ ଖବରକାଗଜରେ ନାରୀଙ୍କୁ ପ୍ରତାଡିତ କରୁଥିବା ସ୍ୱାମୀଙ୍କ କଥା ତ ଆପଣ ପଢୁଥିବେ । ଏଭଳି ଆଉ ଏକ ଘଟଣା ଘଟିଛି ପାକିସ୍ତାନରେ । ବନ୍ଧୁମାନଙ୍କ ଆଗରେ ପତ୍ନୀ ଡ୍ୟାନ୍ସ ନ କରିବାରୁ ପତ୍ନୀଙ୍କୁ ଉଲଗ୍ନ କରି ନିର୍ଦ୍ଧୁମ୍ ପିଟିବା ଏବଂ ଲଣ୍ଡା କରିବା ଘଟଣା ଘଟିଛି ପାକିସ୍ତାନରେ । ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସୋସିଆଲ୍ ମିଡିଆରେ ଆସମା ଆଜିଜ୍ ନାମକ ଜଣେ ମହିଳା ନିଜ କ୍ଷତବିକ୍ଷତ ଚେହେରା ଏବଂ ଲଣ୍ଡାମୁଣ୍ଡଥିବା ଫଟୋକୁ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ମହିଳା ଜଣକ ଅଭିଯୋଗ ଲଗାଇଥିଲେ ତାଙ୍କ ସ୍ୱାମୀ ଏବଂ ତାଙ୍କ ବନ୍ଧୁମାନେ ତାଙ୍କୁ ନିବସ୍ତ୍ର କରିଦେଇ ତାଙ୍କୁ ଲଣ୍ଡା କରିଦେଲେ । ଏତିକି ନୁହଁ ମହିଳାଙ୍କୁ ଲୁହା ପାଇପ୍ ରେ ମଧ୍ୟ ପିଟିବା ଆରମ୍ଭ କରିଦେଲେ ।
ସେ ଭିଡିଓରେ କହିଥିଲେ,ଯେ ମୋ ସ୍ୱାମୀ ତାଙ୍କ ଅଫିସ୍ କର୍ମଚାରୀଙ୍କ ଆଗରେ ମୋତେ ନିବସ୍ତ୍ର କରିଥିଲେ ଏବଂ ଲଣ୍ଡା କରି ପିଟିବାକୁ ଲାଗିଥିଲେ । ମୋ ଦେହ ରକ୍ତାକ୍ତ ଅବସ୍ଥାରେ ଥିବାବେଳେ କର୍ମଚାରୀ ମାନେ ମୋତେ ଧରିଥିଲେ ଏବଂ ନିବସ୍ତ୍ର ଅବସ୍ଥାରେ ଫାଶୀ ଦେବାକୁ ମଧ୍ୟ କହୁଥିଲେ ।
ଆସମା ଭିଡିଓରେ କହିଥିଲେ ଯେ ୪ ବର୍ଷ ପୂର୍ବେ ତାଙ୍କ ବିବାହ ହୋଇଥିଲା । ସ୍ୱାମୀ ଫେଜଲ୍ ୱସିମ୍ ଖାନ୍ ପ୍ରଥମେ ତ ବହୁତ ଥିଲେ କିନ୍ତୁ ଏହି ୬ ମାସ ଭିତରେ ତାଙ୍କ ଭିତରେ ମୁଁ ପରିବର୍ତ୍ତନ ଲକ୍ଷ୍ୟ କରିଥିଲି । ତେବେ ସ୍ୱାମୀ ଏବଂ ତାଙ୍କ ବନ୍ଧୁମାନଙ୍କୁ ପୋଲିସ୍ ଗିରଫ କରିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/Head-shaved-190327_resources1-1.jpg)
/kanak/media/post_attachments/wp-content/uploads/2019/04/women2-555_040319060732-300x300.jpg)
/kanak/media/post_attachments/wp-content/uploads/2019/04/SEI_59465559-e1554186674122-1-300x274.jpg)