ସ୍କୁଲରେ ପଡ଼ିଲା ରକ୍ତର ଛିଟା । ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ତଣ୍ଟି କାଟିଦେଲେ ଶିକ୍ଷକ ସ୍ୱାମୀ ।

346

କନକ ବ୍ୟୁରୋ : ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ତଣ୍ଟି କାଟିଲେ ଶିକ୍ଷକ ସ୍ୱାମୀ । ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାମୀ ପ୍ରଦୀପ ପଣ୍ଡାଙ୍କୁ କାବୁ କରି ଥାନାକୁ ନେଇଛି ପୋଲିସ ।

ଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ, ବର୍ଷକ ପୂର୍ବରୁ ଆଗଲପୁର ବନ୍ଧବାହାଲର ଶିକ୍ଷକ ପ୍ରଦୀପ ପଣ୍ଡାଙ୍କ ସହ ସଞ୍ଜୁରାଣୀଙ୍କ ବିବାହ ହୋଇଥିଲା । ତେବେ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବାରୁ ସେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି । ପୂର୍ବରୁ ସ୍ୱାମୀ ପ୍ରଦୀପ ପଣ୍ଡା ତାଙ୍କୁ ମାଡ ମାରୁଥିଲେ । ଆଜି ହଠାତ ସ୍କୁଲରେ ପହଞ୍ଚି ଛୁରୀରେ ଆକ୍ରମଣ କରିଥିଲେ । ପରେ ଗାଁଲୋକେ ତାଙ୍କୁ ଧରି ପୋଲିସକୁ ଦେଇଥିଲେ । ତାଙ୍କ ଠାରୁ ଏକ ଲୁହା ଚେନ୍ ଓ ପେଟ୍ରୋଲ ଜବତ କରିଛି ପୋଲିସ ।