ସ୍ତ୍ରୀ ତଣ୍ଟିଚିପି ହତ୍ୟା କଲା ସ୍ୱାମୀ । ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ

Advertisment
ସ୍ତ୍ରୀ ତଣ୍ଟିଚିପି ହତ୍ୟା କଲା ସ୍ୱାମୀ । ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ

କନକ ବ୍ୟୁରୋ : ସ୍ତ୍ରୀ ତଣ୍ଟିଚିପି ହତ୍ୟା କଲା ସ୍ୱାମୀ । ସାତ ଜନମର ସାଥୀ ହେବାକୁ ଶପଥ କରିଥିବା ସ୍ୱାମୀ ସାତବର୍ଷ ବି ସାଥ ଦେଲାନି । ସାରା ଜୀବନ ସୁରକ୍ଷା ଦେବାର ପ୍ରତିଜ୍ଞାକୁ ଭୁଲିଯାଇ ଶେଷରେ ନିଜ ହାତରେ ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଛି । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଘଟିଥିବା ଏଭଳି ଏକ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ଫଟାମୁଣ୍ଡା ଗାଁର କସ୍ତୁରୀ ସାହୁଙ୍କୁ ତାଙ୍କ ସ୍ବାମୀ ଗାନ୍ଧିଲାଲ ସାହୁ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ଗାନ୍ଧିଲାଲକୁ ଗିରଫ କରିଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ ୨୦୧୪ ମସିହାରେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଡୁଙ୍ଗୁରିପାଲି ଗାଁର ଗାନ୍ଧିଲାଲ ଫଟାମୁଣ୍ତା ଗାଁର ଜଗନ୍ନାଥ ସାହୁଙ୍କ ଝିଅ କସ୍ତୁରୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲା । ଇତିମଧ୍ୟରେ ସେମାନଙ୍କ ଗୋଟିଏ ୫ବର୍ଷ ବୟସର ପୁଅ ଏବଂ ଗୋଟିଏ ୩ବର୍ଷ ବୟସର ଝିଅ ଅଛନ୍ତି। ଗାନ୍ଧିଲାଲ ଅଧିକାଂଶ ସମୟରେ ମଦ ପିଇ ସ୍ତ୍ରୀ କସ୍ତୁରୀଙ୍କୁ ମାଡ଼ ମାରୁଥିଲା । ନିର୍ଯାତନା ଅସହ୍ୟ ହେବାରୁ ତିନିମାସ ତଳେ କସ୍ତୁରୀ ତାଙ୍କ ବାପ ଘରକୁ ଚାଲିଆସିଥିଲେ ।

ସେହିପରି ଗତ ମାସେ ହେଲା ଗାନ୍ଧିଲାଲ ମଧ୍ୟ ଫଟାମୁଣ୍ତାକୁ ଆସି ସ୍ତ୍ରୀ ଓ ଛୁଆପିଲାଙ୍କ ସହିତ ରହୁଥିଲା । ରବିବାର ବିଳମ୍ବିତ ରାତିରେ କସ୍ତୁରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଗାନ୍ଧିଲାଲ ଫେରାର ହୋଇଯାଇଥିଲା। ଏନେଇ ସୋମବାର କସ୍ତୁରୀଙ୍କ ଭାଇ ସୁଶାନ୍ତ ସାହୁ ଆଗଲପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ଲୋଇସିଂହା ଥାନା ପୁଲିସ ଅଭିଯୁକ୍ତ ଗାନ୍ଧିଲାଲକୁ ଭରସୁଜା ପାଖରୁ ଗିରଫ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe