ଭୁବନେଶ୍ୱରରେ ସ୍ତ୍ରୀକୁ ନିର୍ଯାତନା ଦେଇ ସ୍ୱାମୀ ଗିରଫ : ମାଡ ମାରିବା ସହ ଦେହ ବ୍ୟବସାୟ ପାଇଁ ବାଧ୍ୟ କରୁଥିବା ଅଭିଯୋଗ

272

କନକ ବ୍ୟୁରୋ : ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିବା ସହ ଘରେ ବନ୍ଦ କରି ମାଡ଼ ମାରିବା ଭଳି ଅଭିଯୋଗ ଆସିଛି ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ଥାନା ଅଂଚଳରୁ । ଅଧିକ ଆୟ କରିବା ଲୋଭରେ ସ୍ତ୍ରୀକୁ ଦେହ ବ୍ୟବସାୟ କରିବା ପାଇଁ ସ୍ୱାମୀ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏପରିକି ଦେହ ବ୍ୟବସାୟ ପାଇଁ ସ୍ତ୍ରୀ ରାଜି ନହେବାରୁ ସ୍ୱାମୀର ଅତ୍ୟାଚାରର ସବୁ ସୀମା ଟପିଯାଇଛି । ମହିଳାଙ୍କୁ ଘରେ କବାଟ ବନ୍ଦ କରି ମାଡ଼ ମାରିଛି ନୃଶଂଶ ସ୍ୱାମୀ । ମହିଳାଙ୍କ ଏତଲା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ ।