କରୋନାରେ ଆଖି ବୁଜିଲେ ସ୍ୱାମୀ-ସ୍ତ୍ରୀ । ସ୍ୱାମୀଙ୍କ ମୃତ୍ୟୁର କିଛି ଘଂଟା ପରେ ଆଖିବୁଜିଲେ ସ୍ତ୍ରୀ । ଗଞ୍ଜାମ ଜିଲ୍ଲା ବୁଗୁଡା ଅଂଚଳରୁ ଆସିଲା ଦୁଃଖଦ ଖବର..

394

କନକ ବ୍ୟୁରୋ: କରୋନାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଚିରିକିପଡା ଗାଁରେ କିଛି ସମୟର ବ୍ୟବଧାନରେ ଆଖି ବୁଜିଥିଲେ ପଞ୍ଚୁ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସବିତା । ପଞ୍ଚୁଙ୍କର ପୋଲସରା ମେଡିକାଲରେ ମୃତ୍ୟୁ ହୋଇଥିବାବେଳେ ଘରେ ସ୍ତ୍ରୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା । କରୋନା ଭୟରେ ପରିବା ସଦସ୍ୟ, ସାହିପଡିସା  କେହି ତାଙ୍କ ପାଖ ମାଡିନଥିଲେ । ଫଳରେ ବୁଗୁଡା ବିଡିଓ, ଡାକ୍ତର, ସ୍ଥାନୀୟ ସରପଂଚ ମିଶି ଶବକୁ ସକ୍ରାର କରିଛନ୍ତି । ଗୋଲିଆ ସରପଂଚ ମାନସ ରଞ୍ଜନ ପ୍ରଧାନଙ୍କ ଉଦ୍ୟମରେ ବୁଗୁଡା ବିଡିଓ ତନ୍ମୟ ପାତ୍ର, ଡାକ୍ତର ମନୋରଞ୍ଜନ ନାୟକ, ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ, ବିପିଏମ ବିଶ୍ୱଜିତ ପ୍ରଧାନ ପହଂଚି ପିପିଇ କିଟ୍ ପିନ୍ଧି ଶବକୁ ଶ୍ମଶାନରେ ସକ୍ରାର କରିଛନ୍ତି ।