କନକ ବ୍ୟୁରୋ : ବଜ୍ରାଘାତ ନେଲା ୨ ଦମ୍ପତିଙ୍କ ଜୀବନ। ବିଲରେ କାମ କରୁଥିବା ସମୟରେ ବଜ୍ରାଘାତ ଦ୍ୱାରା ସ୍ୱାମୀ,ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏଭଳି ଦୁର୍ଭାଗ୍ୟ ଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଶିଙ୍ଗରପୁର ଗାଁରେ। ମୃତକ ମନେ ହେଲେ ଶିଙ୍ଗରପୁର ଗାଁର ୪୬ବର୍ଷୀୟ ଲକ୍ଷ୍ମଣ ମୁର୍ମୁ ଓ ତାଙ୍କ ସ୍ତ୍ରୀ ସାକର ମୁର୍ମୁ। ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।
ସେପଟେ ଭଦ୍ରକରେ ବି ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗରପଡ଼ା ଥାନା ସାହୁପଡ଼ା କେନାଲ ପୋଲ ନିକଟରେ ସାହୁପଡ଼ା ଗାଁର ୨୯ବର୍ଷୀୟ ଅମର ସେଠୀ ନିଜ ଜମିରେ ଚାଷ କାମ କରୁଥିବା ବେଳେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏହି ସମୟରେ ଚାଷ ଜମିରେ କାର୍ୟ୍ୟ କରୁଥିବା ଅମର ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇପଡ଼ିଥିଲେ କ୍ଷ ସେହିପରି ଗାଁର ତାରିଣୀ ମନ୍ଦିର ନିକଟ କ୍ଷେତରେ ଚାଷ କାର୍ୟ୍ୟ କରୁଥିବା ୫୮ବର୍ଷୀୟ ଚକ୍ରଧର ଦାସ ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇପଡ଼ିଛନ୍ତି। ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ଚକ୍ରଧରଙ୍କୁ ମୃତ ଘୋଷଣା କରିଥିବା ବେଳେ ଅମରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ଆଗରପଡ଼ା ପୋଲିସ୍ ପହଞ୍ଚିଥିବା ସୂଚନା ମିଳିଛି।