କନକ ବ୍ୟୁରୋ: କାରରେ ସ୍ୱାମୀ ଓ ଶ୍ୱଶୁର. ବୋହୂ ଚନ୍ଦାକୁ ବାପଘରୁ ଶାଶୁଘରକୁ ଫେରାଇ ଆଣୁଥିଲେ । ହେଲେ ବାଟରେ ବଚସା ହୋଇଥିଲା । ଫଳରେ ଚଳନ୍ତା କାରରୁ ନୂଆବୋହୂକୁ ଫୋପାଡିଦେଇଥିଲେ ସ୍ୱାମୀ ଶ୍ୱଶୁର । ଫଳରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ବୋହୂ ଚନ୍ଦା । ଏପରି ଅଭାବନୀୟ ଘଟଣା ଘଟିଛି ବିହାର ମୁଜଫରପୁରରେ ।

Advertisment

ପୁଲିସର ସୂଚନା ମୁତାବକ, ମୁଜାଫରପୁର ସଦର ଥାନା ଅଞ୍ଚଳର ଭିଖନାପୁର ବାସିନ୍ଦା ଚନ୍ଦା କୁମାରୀଙ୍କ ବିବାହ ଦିଘିକଲା ନିବାସୀ ଦୀପକ ସିଂଙ୍କ ସହ ହୋଇଥିଲା । ବିବାହ ସମୟରେ ଏକାର ଦେବାକୁ ବର ଘର ଦାବି କରିଥିଲେ ବି ଏହା ଦେବା ଚନ୍ଦାଙ୍କ ବାପଘର ଲୋକଙ୍କ ପାଇଁ ସମ୍ଭବ ହୋଇନଥିଲା । ଫଳରେ ଶାଶୁଘରକୁ ଆସିବା ପରେ ଚନ୍ଦାଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର । ଜୁନ୍ ୨ ତାରିଖରେ ଚନ୍ଦାଙ୍କୁ ମାଡ ମାରି ଏକ ଘରେ ବନ୍ଦ କରିଦେଇଥିଲେ ଶାଶୁଘର ଲୋକ । ହେଲେ କୌଣସି ସୂତ୍ରରୁ ଖବର ପାଇ ବାପାଘର ଲୋକ ଆସି ପହଞ୍ଚିଥିଲେ ଏବଂ ଝିଅ ଚନ୍ଦାକୁ ନିଜ ସହ ନେଇଯାଇଥିଲେ ।

ପରେ ଶ୍ୱଶୁର ଓ ସ୍ୱାମୀ ଚନ୍ଦାଙ୍କ ଘରକୁ ଯାଇ ଆପୋଷ ସମାଧାନ କରିବା ପରେ ଚନ୍ଦାଙ୍କୁ କାରରେ ଘରକୁ ଫେରାଇ ଆଣିଥିଲେ । ହେଲେ ବାଟରେ ପୁଣି ଯୌତୁକ କଥାକୁ ନେଇ ପୁଣି ବଚସା ହୋଇଥିବାରୁ ବୋହୂ ଚନ୍ଦାଙ୍କୁ ଚଳନ୍ତା କାରରୁ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ ଗୁୁରୁତର ଅବସ୍ଥାରେ ଚନ୍ଦାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାପ ଘର ଲୋକ ପହଞ୍ଚି ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ପରେ ଚନ୍ଦାଙ୍କ ବୟାନକୁ ଆଧାର କରି ସ୍ୱାମୀ ଓ ଶାଶୁ, ଶ୍ୱଶୁରଙ୍କୁ ଗିରଫ କରି ଜେଲ ପଠାଇଛି ପୁଲିସ । ତାଙ୍କ ସହ ୯ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଚଳାଇଛି ପୁଲିସ ।