ବାହାବେଦୀରୁ ଜୁଇକୁ ଯାତ୍ରା । ସ୍ୱାମୀ-ସ୍ତ୍ରୀଙ୍କ ନିଆରା ପ୍ରେମ କାହାଣୀ, ବେଦୀରେ ପଡିଥିଲା ହାତଗଣ୍ଠି, ଜୁଇରେ ଏକାଠି ଜଳିଲା ଚିତା ।

1,989

କନକ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀର ନିଆରା ପ୍ରେମ କାହାଣୀ । ସ୍ୱାମୀର ମୃତଦେହ ଦେଖି ସ୍ତ୍ରୀର ମୃତ୍ୟୁ । ନୟାଗଡ ବାଉଁଶଆପଡାରେ ଘଟିଛି ଏଭଳି ଅଭାବନୀୟ ଘଟଣଣା । ଗୋଟିଏ ଜୁଇରେ ଜଳିଛନ୍ତି ନୟାଗଡ ଇଟାମାଟି ଥାନା ବାଉଁଶିଆପଡାର ୭୫ ବର୍ଷୀୟ ଅଇଁଠା ନାୟକ ଓ ତାଙ୍କ ସ୍ତ୍ରୀ ଶୁକୁରି ନାୟକ । ଏ ଜନ୍ମରେ ସାଥୀ ଯେ ପର କରି ଚାଲିଯିବ , ତାକୁ ସେ ସହିଥାନ୍ତା ବା କେମିତି ? ତେଣୁ ସେ ମଧ୍ୟ ଚାଲିଗଲା ସାଥୀ ସାଙ୍ଗରେ ଆରପାରିକୁ, ଆର ଜନ୍ମରେ ସାଥୀ ହୋଇ ଘର କରିବାକୁ । ଏଭଳି କିଛି ବିରଳ ଘଟଣା ଘଟିଛି ନୟାଗଡ ଜିଲ୍ଲା ବାଉଁଶିଆପଡାରେ ।

ହୋମ ନିଅାଁକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥିଲେ । ପାଦ ସହ ପାଦ ମିଳାଇ ସାରା ଜୀବନ ଚାଲିବା ପାଇଁ ହାତ ଧରିଥିଲେ । ଆଉ ଯେତେବେଳେ ଜଣେ ଚାଲିଯିବ ଆରପାରିକୁ ଅନ୍ୟଜଣେ ବଂଚିବ ବା କେମିତି? ସ୍ୱାମୀଙ୍କୁ ହରେଇବାର ବିରହକୁ ସ୍ତ୍ରୀ ସହିବ ବା କେମିତି? ଭଗବାନ ବି ବୋଧେ ଏମିତି ଚାହୁଁନଥିଲେ । ସେଥିପାଇଁ ସ୍ୱାମୀଙ୍କ ସାଥୀରେ ସ୍ତ୍ରୀଙ୍କୁ ବି ନେଇ ଗଲେ ଆରପାରିକୁ । ଆଉ ଗୋଟିଏ ଜୁଇରେ ଜଳିଲା ଦମ୍ପତିଙ୍କ ଶବ ।

ବେଦିରେ ପଡିଥିଲା ହାତଗଣ୍ଠି, ଜୁଇରେ ଏକାଠି ଜଳିଲା ଚିତା । ଏ ଚିତା କହୁଛି ସ୍ୱାମୀ-ସ୍ତ୍ରୀଙ୍କ ନିଆରା ପ୍ରେମ କାହାଣୀ । ସ୍ୱାମୀଙ୍କ ମୃତଦେହ ଦେଖି ଉଡିଗଲା ସ୍ତ୍ରୀଙ୍କ ପ୍ରାଣବାୟୁ । ନୟାଗଡ ଇଟାମାଟି ଥାନା ବାଉଁଶିଆପଡା ଗାଁରୁ । ମିଳିଥିବା ସୂଚନା ଅନୁସାରେ, ୭୫ ବର୍ଷୀୟ ଅଇଁଠା ନାୟକଙ୍କ ମୃତ୍ୟୁ ଖବର ଶୁଣି ଆଖି ବୁଝିଛନ୍ତି ସ୍ତ୍ରୀ ଶୁକୁରି ନାୟକ । ସ୍ତ୍ରୀ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିଥିଲେ । ପରେ ଶୁକୁରୀ ଗାଁକୁ ଫେରି ଆସି ସ୍ୱାମୀଙ୍କ ମୃତଦେହ ଉପରେ ଲୋଟି ପଡିଥିଲେ । ଆଉ ସେହି ଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ସ୍ୱାମୀ-ସ୍ତ୍ରୀଙ୍କ ଏପରି ମୃତ୍ୟୁ ପରିବାର ଲୋକଙ୍କୁ ଯେତିକି ଦୁଃଖ ଦେଇଛି ସେମାନଙ୍କ ପ୍ରେମ ସେତିକି ସଚ୍ଚା ବୋଲି ପ୍ରମାଣିତ କରିଛି । ପରିବାର ଓ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କ ଅଇଁଠା ଓ ଶୁକୁରୀଙ୍କ ଶବକୁ ସ୍ୱତନ୍ତ୍ର ଶୋଭାଯାତ୍ରାରେ ନେଇ ଗାଁ ମଶାଣିରେ ଏକାଠି ସଂସ୍କାର କରାଯାଇଛି ।