ହରିକେନ ଇଡାକୁ ନେଇ ଆମେରିକାରେ ପ୍ରଳୟ । ୨୨୪ କିମି ବେଗରେ ବହିଲା ପବନ, ଉଡିଗଲା ଶତାଧିକ ଘର । ସ୍ଥଳଭାଗରେ ୧୬ ଘଣ୍ଟା ଧରି ପ୍ରଳୟ ରଚିଲା ଇଡା ।
କନକ ବ୍ୟୁରୋ : ଆମେରିକାରେ ପ୍ରଳୟ ଆଣିଛି ତୋଫାନ୍ ‘ଇଡା’ । ୨୨୪ କିଲୋମିଟର ବେଗରେ ପବନ ଆସି ଉଡାଇ ନେଇଛି ଶତାଧିକ ଘର । ହରିକେନ୍ ଇଡା ପାଇଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ବିଶେଷ କରି ଲ୍ୟୁସିଆନା ସହର ହରିକେନ ଇଡାରେ ବେଶୀ ପ୍ରଭାବିତ ହୋଇଛି ।
ତୋଫାନ୍ ‘ଇଡା’କୁ ନେଇ ଆମେରିକାରେ ପ୍ରଳୟ । ୨୪୦କିଲୋମିଟର ବେଗରେ ବହିଲା ପବନ, ଉଡିଗଲା ଘର ଦ୍ୱାର । ତୋଫାନ୍ ‘ଇଡା’କୁ ନେଇ ଆମେରିକାରେ ପ୍ରଳୟ ଦେଖିବାକୁ ମିଳିଛି । ସବୁଠାରୁ ବେଶି ପ୍ରଭାବିତ ହୋଇଛି ଲ୍ୟୁସିଆନା ସହର । ୨୪୦ କିଲୋମିଟର ବେଗରେ ପବନ ବହିବା ସହ ଘରଦ୍ୱାର ସବୁକିଛି ଉଡିଯାଇଛି । ତୋଫାନର ବେଗ ଏପରି ରହିଛି ଯେ, ବଡ ବଡ ଗଛ ବି ଉପୁଡି ଯାଉଥିବା ଦେଖିବାକୁ ମିଳିଛି । ବିଜୁଳି ଖୁଣ୍ଟି ଉପୁଡିଯିବା ସହ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ମୋବାଇଲ୍ ନେଟୱର୍କ ମଧ୍ୟ ନାହିଁ । ତୋଫାନ୍ ଇଡାକୁ ନେଇ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ପକ୍ଷରୁ ଏହାକୁ ଗ୍ରେଡ୍-ଫୋର ହରିକେନ୍ ବୋଲି କୁହାଯାଇଛି । ଆମେରିକାବାସୀ ଏଭଳି ତୋଫାନ୍ ଆଗରୁ କେବେ ଦେଖିନଥିବା କହିଛନ୍ତି ।
୧୬ ଘଣ୍ଟା ଧରି ତୋଫାନର ପ୍ରକୋପ, ୧ ଲକ୍ଷ କୋଟି ଟଙ୍କାର କ୍ଷତିଗ୍ରସ୍ତ । ହରିକେନ ଇଡା ୧୬ ଘଣ୍ଟା ଧରି ସ୍ଥଳଭାଗରେ ପ୍ରଳୟ ରଚିଥିଲା । ସବୁବେଳେ ସମୁଦ୍ରରେ ହରିକେନର ପ୍ରକୋପ ଦେଖିବାକୁ ମିଳୁଥିବାବେଳେ ପ୍ରଥମଥର ପାଇଁ ସ୍ଥଳଭାଗରେ ଏଭଳି ଭୟଙ୍କର ତୋଫାନ ଦେଖିବାକୁ ମିଳିଛି । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଲ୍ୟୁସିଆନା ଆଖପାଖରେ ଅନେକ ନଦୀ ରହିଛି । ଏଥିପାଇଁ ଏହି ଅଞ୍ଚଳରେ ତୋଫାନ ଇଡା ବେଶି ଶକ୍ତିଶାଳୀ ହୋଇ ପାରିଥିଲା । ଏହି କାରଣରୁ ୨୪୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିବା ଦେଖିବାକୁ ମିଳିଛି । ତୋଫାନ ଇଡା ପାଇଁ ୧ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡିବ ବୋଲି ଇନସ୍ୟୁରାନ୍ସ କମ୍ପାନୀ ଗୁଡିକ କହିଛନ୍ତି ।
ହରିକେନ ‘ଇଡା’ର ପ୍ରଳୟଙ୍କାରୀ ଦୃଶ୍ୟ । ଆକାଶମାର୍ଗରୁ କଏଦ ହେଲା ତୋଫାନର ଆଖି । ସ୍ଥଳଭାଗରେ ତୋଫାନ ଇଡା ପ୍ରଳୟ କରୁଥିବାବେଳେ ଆକାଶ ମାର୍ଗରୁ ଦେଖିବାକୁ ମିଳିଛି ତୋଫାନର ଆଖି । ଆକାଶରେ ଯାଉଥିବା ବିମାନରୁ ମୋବାଇଲରେ କଏଦ ହୋଇଛି ତୋଫନ ଇଡାର ଆଖି । ସେପଟେ ପ୍ରଭାବିତଙ୍କୁ ସହାୟତା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରିବ ବୋଲି ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ।