ଫ୍ଲୋରିଡାରେ ଭୟଙ୍କର ଝଡ: ଉଛୁଳିଲା ସମୁଦ୍ର, ସହର ଭିତରକୁ ପଶିଆସିଲା ସାର୍କ ମାଛ; ଦେଢ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ

698

କନକ ବ୍ୟୁରୋ: ଆମେରିକା ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ ଇୟାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉପକୂଳବର୍ତ୍ତୀ ଇଲାକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ବୁଧବାର ଦିନ ଆମେରିକାର ଫ୍ଲୋରିଡା ଉପକୂଳରେ ସାମୁଦ୍ରିକ ଝଡ଼ ଇୟାନ୍ ପ୍ରବଳ ବର୍ଷା ପବନ ସୃଷ୍ଟି କରିଛି। ସାମୁଦ୍ରିକ ଝଡ଼ର ଦୃଶ୍ୟ, ଯାହା ବର୍ତ୍ତମାନ ଆମେରିକାରେ ରେକର୍ଡ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଝଡ଼ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି ।

ପିଟୁସି ଦେବାକୁ ଯାଇଥିବା ସାମ୍ବାଦିକମାନେ ପବନରେ ଅନ୍ୟତ୍ର ଯାଇ କଚାଡି ହୋଇପଡିଥିବା ଦେଖିବାକୁ ମିଳିଥିଲା । ଏହାସହ ସମୁଦ୍ର ଉଛୁଳିବାରୁ ସାର୍କ ସମୁଦ୍ରରୁ ଉଠିଆସି ସହର ଭିତରେ ବର୍ଷା ପାଣିରେ ଖେଳୁଥିବା ଦେଖିବାକୁ ମିଳିଥିଲା ।