କନକ ବ୍ୟୁରୋ: ଆମେରିକା ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ ଇୟାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉପକୂଳବର୍ତ୍ତୀ ଇଲାକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ବୁଧବାର ଦିନ ଆମେରିକାର ଫ୍ଲୋରିଡା ଉପକୂଳରେ ସାମୁଦ୍ରିକ ଝଡ଼ ଇୟାନ୍ ପ୍ରବଳ ବର୍ଷା ପବନ ସୃଷ୍ଟି କରିଛି। ସାମୁଦ୍ରିକ ଝଡ଼ର ଦୃଶ୍ୟ, ଯାହା ବର୍ତ୍ତମାନ ଆମେରିକାରେ ରେକର୍ଡ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଝଡ଼ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି ।
ପିଟୁସି ଦେବାକୁ ଯାଇଥିବା ସାମ୍ବାଦିକମାନେ ପବନରେ ଅନ୍ୟତ୍ର ଯାଇ କଚାଡି ହୋଇପଡିଥିବା ଦେଖିବାକୁ ମିଳିଥିଲା । ଏହାସହ ସମୁଦ୍ର ଉଛୁଳିବାରୁ ସାର୍କ ସମୁଦ୍ରରୁ ଉଠିଆସି ସହର ଭିତରେ ବର୍ଷା ପାଣିରେ ଖେଳୁଥିବା ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/09/hh.jpg)