କନକ ବ୍ୟୁରୋ : ଆମେରିକାରେ ଭୟଙ୍କର ତାଣ୍ଡବ । ସାମୁଦ୍ରିକ ଝଡ଼ ଇୟାନ ରଚିଛି ତାଣ୍ଡବ । ଫ୍ଲୋରିଡା ଦକ୍ଷିଣପଶ୍ଚିମ ଭାଗରେ ଲ୍ୟାଣ୍ଡଫଲ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୨୪୧ କିଲୋମିଟର ଥିବା ସୂଚନା ରହିଛି ।
ଝଡ ତୋଫାନରେ ଶତାଧିକ ଘର ପାଣିରେ ଭାସି ଯାଇଥିବା ବେଳେ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ିଛି । ଜଣେ ରିପୋର୍ଟର ବାତ୍ୟାର ଦୃଶ୍ୟ ବାବଦରେ ସମ୍ପୃକ୍ତ ଟିଭି ଚ୍ୟାନେଲକୁ ଖବର ଦେଉଥିବା ବେଳେ କିଭଳି ପବନ ସହିତ ସାମ୍ନା କରିଛନ୍ତି ତାର ଚିତ୍ର ଦେଖିବାକୁ ମିଳିଛି ।
ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣି ମାଡ଼ି ଆସିବାରୁ ରାସ୍ତାରେ ଲହଡି ମାରୁଛି ପାଣି । ସାର୍କ ମାଛ ମଧ୍ୟ ରାସ୍ତା ଉପରକୁ ଚାଲିଆସିଥିବା ଦେଖିବାକୁ ମିଳିଛି । ବାତ୍ୟା ଇୟାନ ଆମେରିକାର ସ୍ଥାନୀୟ ସମୟ ଦିନ ୩ଟା ପରେ ଲ୍ୟାଣ୍ଡଫଲ କରିଛି । ଫ୍ଲୋରିଡା ମୁଖ୍ୟତଃ ବାତ୍ୟାରେ ଅଧିକ ପ୍ରଭାବିତ ହୋଇଛି ।
ବାତ୍ୟା ଇୟାନ ପ୍ରଭାବକେ ପ୍ରାୟ ୧୮ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି । ବିଦ୍ୟୁତ ସଂଯୋଗ ପାଇଁ ଏକ ବଡ ଟିମ୍ ଗଠନ ହୋଇଛି । ଗୋଟିଏ ସ୍ଥାନରେ ହଜାର ହାଜର ଲାଇନ୍ ମ୍ୟାନ ଏବଂ ଗାଡି ରହିଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/37-14.jpg)
/kanak/media/post_attachments/wp-content/uploads/2022/09/vlcsnap-2022-09-29-14h08m21s426.png)
/kanak/media/post_attachments/wp-content/uploads/2022/09/vlcsnap-2022-09-29-14h08m29s833.png)
/kanak/media/post_attachments/wp-content/uploads/2022/09/vlcsnap-2022-09-29-14h08m38s137.png)