ଆମେରିକାକୁ ପରମାଣୁ ବିପଦ ! ଦେଶରେ ଜାରି ହେଲା ଏମରଜେନ୍ସି, ଚୀନ, ଋଷ କିମ୍ବା ଉତ୍ତର କୋରିଆ ନୁହେଁ ବରଂ ବିପଦ ଆଣୁଛି… ?

51

ଆମେରିକା ଉପରକୁ ବଡ ବିପଦ ମାଡି ଆସୁଛି । ତାହା ବି ନ୍ୟୁକ୍ଲିୟର ବିପଦ । ଏହା କୌଣସି ଶତ୍ରୁପକ୍ଷଙ୍କ ଦ୍ୱାରା ନୁହେଁ ବରଂ ଫ୍ଲୋରେନ୍ସ ଝଡ ଏଭଳି ବିପଦ ଆଣୁଛି । ଏପରିକି ଫ୍ଲୋରେନ୍ସ ବାତ୍ୟା ପାଇଁ ଆମେରିକାର କିଛି ସ୍ଥାନରେ ଇମରଜେନ୍ସିର ଘୋଷଣା ମଧ୍ୟ କରାଯାଇଛି । ଫ୍ଲୋରେନ୍ସ ବାତ୍ୟା ଆମେରିକାର ତଟବର୍ତ୍ତୀ ଅଞ୍ଚଳରେ ପାଦ ଦେଇ ସାରିଛି । ଆଉ ଏଥିପାଇଁ ଭର୍ଜିନିଆ, ନର୍ଥ ଓ ସାଉଥ କେରଲାଇନାର ତଟବର୍ତ୍ତୀ ଅଞ୍ଚଳର ପାଖାପାଖି ୧୫ ଲକ୍ଷ ଲୋକଙ୍କୁ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି ।

ଆମେରିକାର ତଟବର୍ତ୍ତୀ ଅଞ୍ଚଳରେ ୨୨୫ କିଲୋମିଟର ବେଗରେ ପବନ ବହୁଥିବା ବେଳେ ମୂଷଳଧାରାରେ ବର୍ଷା ମଧ୍ୟ ହେଉଛି । ତେବେ ଏହି ବାତ୍ୟା ଆଗକୁ ଭୟଙ୍କର ରୂପ ନେବ ବୋଲି ସୂଚନା ମିଳିଛି । କିଛି ରିପୋର୍ଟ ମୁତାବିକ ଏହି ବାତ୍ୟା ଦ୍ୱାରା ୬ଟି ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ମଧ୍ୟ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଅନ୍ୟ କିଛି ଏଜେନ୍ସିଙ୍କ କହିବା ଅନୁଯାୟୀ, ବାତ୍ୟା ଦ୍ୱାରା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ତେବେ ଫ୍ଲୋରେନ୍ସ ବାତ୍ୟା ଯେଉଁ ଅନୁମାନ କରାଯାଇଛି ଯଦି ସେହି ବେଗରେ ଏହାକୁ ଆଗକୁ ବଢେ ତେବେ ଏହା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟର କ୍ଷତି କରିପାରେ ।

ଫ୍ଲୋରେନ୍ସ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଏହି ସପ୍ତାହ ମଧ୍ୟରେ ଜନବସତି ଆଡକୁ ମୁହାଁଉଛି । ତେଣୁ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ଭିନ୍ନ ବ୍ୟବସ୍ଥା କରାଯାଇଛି । ଏହି ବାତ୍ୟାକୁ ଶ୍ରେଣୀ-୪ରେ ସାମିଲ କରାଯାଇଛି । ତେବେ ଏହା କାଟାଗୋରୀ-୫ରେ ମଧ୍ୟ ପହଞ୍ଚିବ ବୋଲି ଆକଳନ କରାଯାଇଛି । ତେବେ ଆଜି ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ପୂର୍ବପେକ୍ଷା ଟିକିଏ ଦୁର୍ବଳ ହୋଇଛି କିନ୍ତୁ ଏପର୍ଯ୍ୟନ୍ତ ବିପଦ ଟଳିନାହିଁ । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ବନ୍ୟା ସ୍ଥିତି ସୃଷ୍ଟି ହେବ ବୋଲି ଜଣା ପଡିଛି । ତେଣୁ ଏହି ଝଡତୋଫାନକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ପାଖାପାଖି ୧୦୦୦ ବିମାନର ଉଡାଣକୁ ରଦ୍ଦ କରାଯାଇଛି ।