ପରୀ ପ୍ରସଙ୍ଗରେ ତେଜିଲା ରାଜନୀତି । ଟ୍ୱିଟ୍ କରି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କଲେ ପ୍ରଣବ ।

268

କନକ ବ୍ୟୁରୋ: ପରୀ ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ପରେ ତେଜିଲା ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପରୀ ହତ୍ୟାକାରୀକୁ ବଂଚାଇବା ପାଇଁ ବିଜେପି ହୀନ ଉଦ୍ୟମ କରିଥିବା କଥା ଅଭିଯୋଗ କରିଛନ୍ତି ପ୍ରଣବ । ଲେଖିଛନ୍ତି, ପରୀ ହତ୍ୟାକାରୀକୁ ବଂଚାଇବା ପାଇଁ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରିବାକୁ ଷଡଯନ୍ତ୍ର କରାଯାଇଛି । କେବଳ ସେତିକି ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେତେ ଠିକ୍ କରିଛନ୍ତି କେତେ ଭୁଲ କରିଛନ୍ତି ବୋଲି ନିଜ ଅନ୍ତରଆତ୍ମାକୁ ପଚାରନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ।

ଗତକାଲି ପରୀ ହତ୍ୟାକାଣ୍ଡ ମାମଲାରେ ଚୂଡାନ୍ତ ରାୟ ପ୍ରକାଶ ପାଇଥିଲା । ଏଥିରେ ହତ୍ୟାକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ନୟାଗଡ ଚିଲ୍ଡ୍ରେନ୍ କୋର୍ଟ ।