ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ଆମରଣ ଅନଶନ: ଶିକ୍ଷା ଅଧିକାରୀଙ୍କ ଅଫିସରେ ତାଲା ପକାଇ ଅନଶନରେ ବସିଲେ ଅଭିଭାବକ 

56

କନକ ବ୍ୟୁରୋ: ଆମେ ପଢିନୁ କିନ୍ତୁ ଆମ ପିଲାମାନେ ପଢିବେ । ଶିକ୍ଷିତ ହେବେ, ହେଲେ କେମିତି ପଢିବେ, ସ୍କୁଲରେ ତ ଶିକ୍ଷକ ନାହାନ୍ତି । ଏମିତି ଅଭିଯୋଗ ନେଇ ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ଅଭିଭାବକ । ଆଉ ଶିକ୍ଷକ ନିଯୁକ୍ତ ନହେବା ଯାଏଁ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅନଶନରେ ବସିଛନ୍ତି ନାକଟିଦେଉଳ ବ୍ଲକ ଘୋଷରାମାଳ ଉଚ୍ଚ ବିଦ୍ୟାଳୟର ଅଭିଭାବକ ଓ ସ୍କୁଲ ପରିଚାଳନା କମିିଟିର ସଦସ୍ୟମାନେ । ଦୀର୍ଘ ୫ ମାସ ହେଲା ସ୍କୁଲର ସଂସ୍କୃତ ଶିକ୍ଷକଙ୍କ ଦେହାନ୍ତ ହୋଇ ସାରିଛି । ତାଙ୍କ ସ୍ଥାନରେ ସ୍ଥାୟୀ ଶିକ୍ଷକଙ୍କୁ ନିଯୁକ୍ତି ମିଳିନାହିଁ । ଜଣେ ଶିକ୍ଷକଙ୍କୁ ଡେପୁଟେସନ୍ରେ ସ୍କୁଲକୁ ପଢାଯାଇଛି । କିନ୍ତୁ ସେ କେବେ ସ୍କୁଲ ଆସୁନାହାନ୍ତି । ତେଣୁ ପିଲାମାନେ ପାଠପଢି ପାରୁନାହାନ୍ତି ।