ଭୋକିଲା ଦେଶ ତାଲିକାରେ ନିମ୍ନପଟୁ ୧୩ ନମ୍ବର ସ୍ଥାନରେ ଭାତର । ବାଂଲାଦେଶ ନେପାଳ ଠାରୁ ସ୍ଥିତି ଖରାପ । ସେପଟେ ଭାରତୀୟଙ୍କ ହାରାହାରି ବୟସ ୧୦ ବର୍ଷ ବୃଦ୍ଧି

277

କନକ ବ୍ୟୁରୋ : ଭାରତ ପାଇଁ ଖୁସି ଖବର ଯେ ଭାରତୀୟ ମାନଙ୍କର ହାରାହାରି ଆୟୁଷ ୧୦ ବର୍ଷ ବୃଦ୍ଧି ପାଇଛି । ସୂଚନା ମୁତାବକ ୧୯୯୦ ମସିହାରେ ଭାରତୀୟଙ୍କ ହାରାହାରି ବୟଷ ୫୯.୬ ବର୍ଷ ଥିବା ବେଳେ ୨୦୧୯ ରେ ଏହା ୭୦.୮ ବର୍ଷରେ ପହଂଚିଛି । ପ୍ରସିଦ୍ଧ ସ୍ୱାସ୍ଥ୍ୟ ପତ୍ରିକା ‘ଦି ଲାନସେଟ୍‌’ ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ହେଲେ ଭାରତରେ ରାଜ୍ୟ ରାଜ୍ୟ ଭିତ୍ତିରେ ହାରାହାରି ଆୟୁଷର ତାରତମ୍ୟ ରହିଥିବା ବି ଏହି ରିପୋର୍ଟରେ ପ୍ରକାଶ ପାଇଛି । ସର୍ବାଧିକ ହାରାହାରି ଆୟୁଷ ତାଲିକାରେ କେରଳ ୭୭.୩ ଥିବା ବେଳେ ଉତ୍ତରପ୍ରଦେଶରେ ସର୍ବନିମ୍ନ ୬୬.୯ ବର୍ଷ ରହିଛି ।
ସେହିଭଳି ରିପୋର୍ଟ ମୁତାବକ ଭାରତରେ ସଂକ୍ରାମକ ବ୍ୟାଧି ହ୍ରାସ ପାଇଥିବା ବେଳେ ଦୀର୍ଘସ୍ଥାୟୀ ରୋଗ ବୃଦ୍ଧି ପାଇଛି । ଭାରତବାସୀ ଏଥି ସହିତ ଦୀର୍ଘକାଳ ବଞ୍ଚି ରହିବାର ସକ୍ଷମ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହାକୁ ସ୍ୱୀକାର କରି ଭାରତୀୟ ଜନସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଶ୍ରୀନିବାସ ଗୋଲି କହିଛନ୍ତି କି ଭାରତୀୟ ମାନଙ୍କର ହାରାହାରି ଆୟୁଷ ବଢିଥିଲେ ବି ସ୍ୱାସ୍ଥ୍ୟ ଭିତ୍ତିଭୁମିର ଖରାପ ପରିଚାଳନା ଓ ପରିବେଶ ଯୋଗୁଁ ଅନେକ ଲୋକ ନିଜର ପରିଣତ ବୟସରେ ବିଭିନ୍ନ ରୋଗ ସହ ଜୀବନ କାଟୁଛନ୍ତି ।
ଭାତରେ ପ୍ରସବକାଳୀନ ମୃତ୍ୟୁହାର ସର୍ବାଧିକ ରିହିଥିବା ବେଳେ ଏବେ ପଞ୍ଚମ ସ୍ଥାନରେ ଥିବା ହୃଦ୍‌ରୋଗ ପ୍ରଥମ ସ୍ଥାନରେ ପହଂଚି ସାରିଛି । ସେପଟେ କର୍କଟ ଏକ ମହାମାରୀ ଭଳି ମାଡି ଚାଲିଛି । ତମାଖୁ ଓ ପ୍ରଦୂଷଣ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ପ୍ରତିବନ୍ଧକ ବୋଲି ରିପୋର୍ଟରେ କୁହାଯାଇଛି । ୨୦୧୯ ରେ ପ୍ରଦୂଷଣ କାରଣରୁ ୧.୬୭ ନିୟୁତ, ଉଚ୍ଚ ରକ୍ତଚାପ ଯୋଗୁଁ ୧.୪୭ ନିୟୁତ, ତମାଖୁ ଜନିତ ରୋଗରେ ୧.୨୩ ନିୟୁତ ଓ ଅଖାଦ୍ୟ ଖାଇ ୧.୧୮ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଛି ।
ଏହା ବ୍ୟତିତ ଭାରତୀୟଙ୍କ ପାଇଁ ଏକ ବଡ ଚିନ୍ତାଜନକ ରିପୋର୍ଟ ଏହି ପତ୍ରିକାରେ ପ୍ରକାଶ ପାଇଛି । ବିଶ୍ୱ ଭୋକିଲା ତାଲିକାରେ ଭାରତର ସ୍ଥାନ ନିମ୍ନପଟୁ ୧୩ ରେ ରହିଛି । ଦେଶର ସ୍କୋର ମାତ୍ର ୨୭.୨ ରହିଥିବା ରିପୋର୍ଟରେ ପ୍ରକାଶିତ । ଏଭଳି କି ଗୃହଯୁଦ୍ଧ ଓ ଏକଉତ୍ରବାଦ ଶାସନାଧିନ ରାଷ୍ଟ୍ର ଉତ୍ତରକୋରିଆ, ରୁଆଣ୍ଡା, ସିଏରାଲିଓନ, ଆଫ୍‌ଗାନିସ୍ଥାନ ଓ ହାଇତି ଭଳି ଦେଶ ତୁଳନାରେ ମଧ୍ୟ ଭାରତର ସ୍ଥିତି ଖରାପ । ଖାଲି ସେତିକି ନୁହେଁ ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା, ପାକିସ୍ତାନ,ଓ ମିଁ୍ୟାମାର ତୁଳନାରେ ବି ଭାରତର ସ୍ଥିତି ଖରାପ ରହିଛି ।
ପୁଷ୍ଟିକୁ ନେଇ ପ୍ରସ୍ତୁତ ଏହି ତାଲିକାରେ ଶ୍ରୀଲଙ୍କାର ସ୍ଥାନ ୬୪, ବାଂଲାଦେଶ ୭୫, ନେପାଳ ୭୩ ଓ ପାକିସ୍ତାନ ୮୮ ସ୍ଥାନରେ ରହିଛି । ଭାରତରେ ଖାଦ୍ୟ ଅଧିକାର ଅଭିଯାନ ସହ ପୁଷ୍ଟିହୀନତା ନିରାକରଣ ବିଫଳ ହୋଇଥିବା ରିପୋର୍ଟରୁ ପ୍ରକାଶ । ସେହିଭଳି ଜନସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ବି ଭାରତର ସଫଳତା ମାତ୍ର ୧୭.୩ ପ୍ରତିଶତ ।