କନକ ନ୍ୟୁଜ : ବିଧାୟକଙ୍କୁ ଟିପ୍ସ ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ। ୨ମିନିଟ ହଙ୍ଗାମା କରି ଖବରର ସିରୋନାମା ନପାଲଟି ଲମ୍ବା କ୍ୟାରିୟର ପାଇଁ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ୨ ଦିନ ଧରି ନୂଆ ବିଧାୟକଙ୍କୁ ଗୃହର ନୀତି ନିୟମ ଓ କାର୍ଯ୍ୟାବଳୀ ବାବଦରେ ଦିଗଦର୍ଶନ ଦିଆଯିବ।

Advertisment

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ଏହି ମନ୍ତ୍ର ସହ ଆରମ୍ଭ ହୋଇଛି ବିଧାନସଭାର ୨ ଦିନିଆ ପ୍ରଶିକ୍ଷଣ ଶିବିର। ବିଧାୟକଙ୍କୁ ପରାମର୍ଶ ଦେଇ ରିଜିଜୁ କହିଛନ୍ତି,

  • ୨ ମିନିଟ୍ ହଙ୍ଗମା କରି ହେଡଲାଇନ ବନନ୍ତୁ ନାହିଁ ।
  • ଦୀର୍ଘକାଳୀନ ସହ ଲମ୍ବା କ୍ୟାରିୟର ପାଇଁ ରିସର୍ଚ୍ଚ କରନ୍ତୁ ।
  • ଶୃଙ୍ଖଳିତ ହୁଅନ୍ତୁ ଏବଂ କଠିନ ପରିଶ୍ରମ କରିବା ସହ ଗୃହର ମର୍ଯ୍ୟାଦା ରକ୍ଷା କରନ୍ତୁ ।
  • ଭଲ ବିଧାୟକ କିମ୍ବା ସାଂସଦ ହେବାକୁ ଜୀବନସାରା ଶିକ୍ଷା ଲାଭ କରନ୍ତୁ ।

୨୪ ବର୍ଷ ପରେ ବିଧାନସଭାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଶାସକ ଦଳରେ ଥିବା ବିଜେଡି ପ୍ରଥମଥର ବିରୋଧୀ ଆସନରେ ବସିଛି, ସେହିଭଳି ବିରୋଧୀ ଆସନରୁ ଶାସକ ଆସନକୁ ଆସିଛି ବିଜେପି। ହେଲେ ଆସନ ବଦଳିଥିଲେ ବି ବିଧାନସଭାର ଭିତର ସ୍ଥିତି ଯଥା ପୂର୍ବଂ ତଥା ପରଂ।  ଅଥାର୍ତ ପୂର୍ବଭଳି ବିତର୍କ ହେଉନି, କିନ୍ତୁ ହୋ-ହଲ୍ଲା ଓ ନାରାବାଜିରେ କମ୍ପୁଛି ଗୃହ। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଠିକ୍ ଢଙ୍ଗରେ ଏକାଧିକ ଦିନ ଚାଲିପାରୁନି ଗୃହ। ବର୍ଷକୁ ବିଧାନସଭା ୬୦ ଦିନ ଚାଲିବା ମୁସ୍କିଲ ହୋଇପଡୁଛି। ଯାହା ଗୃହର ଗାରିମାକୁ ନଷ୍ଟ କରୁଛି। ନୂଆ ବିଧାୟକ ବି ଆସୁ ଆସୁ ଏହି ଟ୍ରେଣ୍ଡରେ ପଡିଲେଣି। ୧୭ତମ ବିଧାନସଭାକୁ ସର୍ବାଧିକ ୮୪ ଜଣ ବିଧାୟକ ପ୍ରଥମ ଥର ନିର୍ବାଚିତ ହୋଇ ଆସିଛନ୍ତି। ତେଣୁ ବିଧାନସଭାର ଏହି ହୋହାଲ୍ଲା ପରମ୍ପରାରୁ ସେମାନେ ଶିଖିବେ ଓ ଜାଣିବେ କଣ?

୨ ଦିନ ଧରି ନୂଆ ବିଧାୟକଙ୍କୁ ଗୃହର ନୀତି ନିୟମ ଓ କାର୍ଯ୍ୟାବଳୀ ବାବଦରେ ଦିଗଦର୍ଶନ ଦିଆଯିବ। ଆଗକୁ ମଧ୍ୟ ବଜେଟର ଖର୍ଚ୍ଚ ଦାବି  ଆଲୋଚନା ରହିଛି। ତେଣୁ ରିଜିଜୁଙ୍କ ଏହି ଗୁରୁମନ୍ତ୍ରକୁ ବିଧାୟକ ମାନେ କେତେ ପାଳନ କରୁଛନ୍ତି ତାହା ୨୦ ତାରିଖରେ ସ୍ପଷ୍ଟ ହୋଇଯିବ।