କରୋନା ଭିତରେ କଳସଯାତ୍ରା । ଚମକାଇଦେଲା ଅହମ୍ମଦାବାଦର ଦୃଶ୍ୟ, ଯାତ୍ରାରେ ସାମିଲ ହେଲେ ହଜାର ହଜାର ମହିଳା ।

390

କନକ ବ୍ୟୁରୋ : କରୋନା ସହିତ ସାରା ଦେଶ ଏବେ ଲଢେଇ କରୁଛି । ଏହା ସାଙ୍ଗରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ଆଡକୁ ମୁହାଁଇଲାଣି । ଏହାରି ଭିତରେ ଦେଶର କିଛି ସ୍ଥାନରେ ଲୋକେ ଏବେ ମଧ୍ୟ କରୋନାକୁ ନେଇ ଚିନ୍ତିତ ନୁହଁନ୍ତି । ଏବେ ବି ଆୟୋଜନ ହେଉଛି ଧାର୍ମିକ ସମାବେଶ । ଯେଉଁ ଠାରେ ଶହ ଶହ ଲୋକ ଏକାଠି ହେଉଛନ୍ତି । ଅହମ୍ମଦାବାଦର ସନନ୍ଦରେ କରୋନା କାଳରେ କଳସ ଯାତ୍ରାର ଆୟୋଜନ ହୋଇଛି । କରୋନାର କଠୋର ନିୟମକୁ ଉପହାସ କରୁଛି , ଅହମ୍ମଦାବାଦର ଏହି ଦୃଶ୍ୟ ।

ଏ ଘଟଣା ହେଉଛି କଳସ ଯାତ୍ରାର । ମୁଣ୍ଡରେ କଳସ ଧରି ଏକାଠି ହୋଇ ଚାଲିଛନ୍ତି ଶହ ଶହ ମହିଳା । ଅନେକ ରାଜ୍ୟ ଲକଡାଉନ ଲଗାଇଥିବା ବେଳେ ରାସ୍ତା ଘାଟ ଶୂନଶାନ ହୋଇଯାଉଛି । ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଉପରେ ଲାଗିଛି ଅଙ୍କୁଶ । ହେଲେ ଅହମ୍ମଦାବାଦ ସନନ୍ଦର ଏହି ଦୃଶ୍ୟ କିନ୍ତୁ ସବୁ କରୋନା ନିୟମକୁ ଦଳି ମକଚି ଦିଆଯାଇଛି । ବର୍ତମାନ ଦେଶରେ ଗୁଜରାଟର କରୋନା ସ୍ଥିତି ଅତି ଜଟିଳ ରହିଛି । ଏଭଳି ସ୍ଥିତିରେ ଏପରି କଳସ ଯାତ୍ରାକୁ ଦେଖିଲେ ମନରେ ଅନେକ ପ୍ରଶ୍ନ ଆସୁଛି । ମହାମାରୀ ବେଳେ କଳସ ଯାତ୍ରା ପାଇଁ କିଏ ଅନୁମତି ଦେଇଥିଲା? ଏତେ ବଡ ଭିଡ କେମିତି ହେଲା ? ସ୍ଥାନୀୟ ପ୍ରଶାସନ ଏହି ସମୟରେ କଣ କରୁଥିଲା ।

Comments are closed.