ସମବାୟ ବ୍ୟାଙ୍କ ଘେରିଲେ ଶତାଧିକ ମହିଳା : ଚାଷୀଙ୍କ ଜାଲ୍ ଦସ୍ତଖତ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

108

କନକ ବ୍ୟୁରୋ : ଜଗତସିଂହପୁରର ଏରସମା କଟକ ସମବାୟ ବ୍ୟାଙ୍କ ଘେରାଉ କଲେ ଶତାଧିକ ମହିଳା । ସ୍ଥାନୀୟ କୃଷକଙ୍କ ଜାଲି ଦସ୍ତଖତ ବଳରେ ଲକ୍ଷ ଲକ୍ଷ ଟଙ୍କାର ଋଣ କରି ଆତ୍ମସାତ୍ କରାଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳା । ବ୍ୟାଙ୍କରୁ ନେଇଥିବା ଋଣ ଦୁଇ ଗୁଣ ହୋଇଯାଇଥିବା ଜାଣିବା ପରେ ବ୍ୟାଙ୍କ ପରିଚାଳକଙ୍କୁ ଏନେଇ ପଚାରିଥିଲେ ।

କିନ୍ତୁ କୌଣସି ସନ୍ତୋଷଜନକ ଉତର ନପାଇବାରୁ ପାରାଦୀପ ଜଗତସିଂହପୁର ଶ୍ରମିକ ସଂଘ ଓ  ଚାଷୀ ସଂଗଠନ ତରଫରୁ ଶତାଧିକ ମହିଳା ପୁରୁଷ ବ୍ୟାଙ୍କ ଘେରାଉ କରିଛନ୍ତି । ଏରସମା ଅଂଚଳରେ ପାଖାପାଖି ୧୬ଟି ସମବାୟ ବ୍ୟାଙ୍କରେ ଏପରି ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ସ୍ୱତନ୍ତ୍ର ଅଡିଟ୍ କରାଗଲେ , ସମସ୍ତ ଜାଲିଆତିର ଗୁମର ଖୋଲିବ ବୋଲି ଚାଷୀ କହିଛନ୍ତି ।