କନକ ବ୍ୟୁରୋ : ଜଗତସିଂହପୁରର ଏରସମା କଟକ ସମବାୟ ବ୍ୟାଙ୍କ ଘେରାଉ କଲେ ଶତାଧିକ ମହିଳା । ସ୍ଥାନୀୟ କୃଷକଙ୍କ ଜାଲି ଦସ୍ତଖତ ବଳରେ ଲକ୍ଷ ଲକ୍ଷ ଟଙ୍କାର ଋଣ କରି ଆତ୍ମସାତ୍ କରାଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳା । ବ୍ୟାଙ୍କରୁ ନେଇଥିବା ଋଣ ଦୁଇ ଗୁଣ ହୋଇଯାଇଥିବା ଜାଣିବା ପରେ ବ୍ୟାଙ୍କ ପରିଚାଳକଙ୍କୁ ଏନେଇ ପଚାରିଥିଲେ ।
କିନ୍ତୁ କୌଣସି ସନ୍ତୋଷଜନକ ଉତର ନପାଇବାରୁ ପାରାଦୀପ ଜଗତସିଂହପୁର ଶ୍ରମିକ ସଂଘ ଓ ଚାଷୀ ସଂଗଠନ ତରଫରୁ ଶତାଧିକ ମହିଳା ପୁରୁଷ ବ୍ୟାଙ୍କ ଘେରାଉ କରିଛନ୍ତି । ଏରସମା ଅଂଚଳରେ ପାଖାପାଖି ୧୬ଟି ସମବାୟ ବ୍ୟାଙ୍କରେ ଏପରି ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ସ୍ୱତନ୍ତ୍ର ଅଡିଟ୍ କରାଗଲେ , ସମସ୍ତ ଜାଲିଆତିର ଗୁମର ଖୋଲିବ ବୋଲି ଚାଷୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/26-4.jpg)