କନକ ବ୍ୟୁରୋ: ଭୂମିହୀନ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟା ପ୍ରଦାନ କରାଯିବ । ଏନେଇ ତହସିଲସ୍ତରରେ କାର୍ଯ୍ୟ କରୁଥିବା ଫରେଷ୍ଟ ରାଇଟ ଆକ୍ଟ ସେଲକୁ ବନ୍ଦ କରି ଦେଇଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୩୧ ତାରିଖ ପରଠାରୁ ଜିଲ୍ଲାର ୧୧ ତହସିଲରେ ଏହି ସେଲ୍ ଆଉ କାମ କରୁନଥିବାରୁ ଶହ ଶହ ଆବେଦନକାରୀ ନିରାଶ ହୋଇଛନ୍ତି । ପଟ୍ଟା ମିଳିବାରେ ବିଳମ୍ବ ଯୋଗୁଁ ସରକାରୀ ସୁବିଧା ସୁଯୋଗରୁ ଆଦିବାସୀ ବଞ୍ଚିତ ହେଉଛନ୍ତି । ଜଙ୍ଗଲ ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ନିଷ୍ପତି ନେଇଥିଲେ ସରକାର । ସରକାରଙ୍କ ନିଷ୍ପତି ମୁତାବକ ଆବେଦନ କାରୀଙ୍କୁ ପଟ୍ଟା ପ୍ରଦାନ ପାଇଁ ପ୍ରତି ତହସିଲସ୍ତରରେ ଏଫଆରଏ ସେଲ୍ ଖୋଲିଥିଲେ । ଏଫଆରଏ ସେଲରେ ଜଣେ ଡାଟା ଏଟ୍ରିଂ ଅପରେଟର, ଜଣେ ଅମିନ ଓ ଜଣେ ସଂଯୋଜକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଆବେଦନକାରୀ ପାଇଥିବା ଜଙ୍ଗଲ ଜମି ପଟ୍ଟାରେ ସେମାନେ କେବଳ ଭୋଗ ଦାଖଲ କରିପାରିବେ । ଉକ୍ତ ଜମି ବିକ୍ରି କିମ୍ବା ହସ୍ତାନ୍ତର ଯୋଗ୍ୟନୁହେଁ । ଏଥି ସହିତ ପଟ୍ଟାକୁ ପ୍ରମାଣପତ୍ର ଭାବେ ବ୍ୟବହାର କରି ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇବା ପାଇଁ ସରକାର ନିୟମ ପ୍ରଣୟନ କରିଥିଲେ । ବାରମ୍ବାର ହିତାଧିକାରୀ ତହସିଲ ଅଫିସକୁ ଦୌଡି ଦୌଡି ନୟାନ୍ତ ହେଲେଣି । ଜଙ୍ଗଲ ଜମି ପଟ୍ଟା ପାଇପାରୁ ନଥିବାରୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାର କାର୍ଯ୍ୟାଦେଶ ମିଳିପାରୁନି ।
ଜିଲ୍ଲାର ୧୧ ତହସିଲରୁ ୨୬ ହଜାର ୭୬୧ ଜଣ ହିତାଧିକାରୀ ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୧୮ ହଜାର ୬୩୫ ଆବେଦନର ସୀମା ଚିହ୍ନଟ ସରିଛି । ୮ହଜାର ୧୨୬ ଆବେଦନ ଅନୁମୋଦନ ଅପେକ୍ଷାରେ ରହିଛି । କେବଳ ରାୟଗଡା ତହସିଲରେ କୌଣସି ଆବେଦନ ଅନୁମୋଦନ ଅପେକ୍ଷାରେ ନଥିବା ସୂଚନା ମିଳିଛି । ସେହିପରି ୩୨୮୫ ଆବେଦନ ପାହାଡ କିସମ ଏବଂ କେସ୍ ରେକର୍ଡ ମିଶୁନଥିବା କାରଣରୁ ଫେରିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/vlcsnap-2023-02-12-18h22m43s84.jpg)