ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଅଭିନବ ପ୍ରତିବାଦ : କାନ ଧରି ଆଣ୍ଠେଇ ବିକ୍ଷୋଭ

108

କନକ ବ୍ୟୁରୋ : ଗାନ୍ଧୀମାର୍ଗରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଅଭିନବ ପ୍ରତିବାଦ । କାନ ଧରି ଆଣ୍ଠେଇ ବସି ପ୍ରତିବାଦ କରିଛନ୍ତି କର୍ମଚାରୀ ମାନେ । ୩ ଦଫା ଦାବି ନେଇ ଧାରଣା କରିଛି । ମୃତ କର୍ମଚାରୀ ପରିବାରର ଥଇଥାନ ଯୋଜନା ୧୯୯୦ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ସହ ୨୦୨୦ ବିଜ୍ଞପ୍ତି ତୁରନ୍ତ ବାତିଲ ଦାବି କରିଛନ୍ତି ସଂଘ । ଯେ ପର୍ଯ୍ୟନ୍ତ ସରକାର ଏ ଦିଗରେ ଧ୍ୟାନ ଦେଇ ନାହାନ୍ତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ରହିବାର ସଂଘ ଚେତବାନୀ ଦେଇଛି ।