ଟିକା ପାଇଁ ଦଳାଚକଟା : ୧୨୦ ଟିକା ପାଇଁ ଲାଗିଛି ଶହ ଶହ ଲୋକଙ୍କ ଧାଡ଼ି

ଆଠଗଡ଼ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା; ଟିକା ନପାଇ ଘରକୁ ଫେରିଲେ ଲୋକେ

109

କନକ ବ୍ୟୁରୋ : ଟିକା ପାଇଁ ଦଳାଚକଟା ।  ୧୨୦ ଟିକା ପାଇଁ ଲାଗିଛି ଶହ ଶହ ଲୋକଙ୍କ ଧାଡ଼ି । ଆଠଗଡ଼ ବ୍ଲକର ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ କେନ୍ଦ୍ରର କର୍ତୃପକ୍ଷଙ୍କ ଅବ୍ୟବସ୍ଥା ପାଇଁ ଏଭଳି ଅବସ୍ଥା ଥରେ ନୁହେଁ ବରଂ ବାରମ୍ବାର ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଟିକା କେନ୍ଦ୍ରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ।

ଟିକା ନେବା ପାଇଁ ନିଜ ନିଜ ଭିତରେ ଟେଲା ପେଲା ହୋଇଥିଲେ ଧାଡ଼ିରେ ଠିଆ ହୋଇଥିବା ଲୋକେ । କିଛି ସମୟ ପାଇଁ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରିସ୍ଥିତି ଅଣାୟତ ହେବାରକୁ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଭୋରୁ ଧାଡି ଲଗାଇ ଠିଆ ହୋଇଥିବା ଲୋକେ ଟିକା ନପାଇ ଶେଷରେ ଘରୁ ଫେରିଛନ୍ତି  ।