କନକ ବ୍ୟୁରୋ : ଟିକା ପାଇଁ ଦଳାଚକଟା । ୧୨୦ ଟିକା ପାଇଁ ଲାଗିଛି ଶହ ଶହ ଲୋକଙ୍କ ଧାଡ଼ି । ଆଠଗଡ଼ ବ୍ଲକର ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ କେନ୍ଦ୍ରର କର୍ତୃପକ୍ଷଙ୍କ ଅବ୍ୟବସ୍ଥା ପାଇଁ ଏଭଳି ଅବସ୍ଥା ଥରେ ନୁହେଁ ବରଂ ବାରମ୍ବାର ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଟିକା କେନ୍ଦ୍ରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ।
ଟିକା ନେବା ପାଇଁ ନିଜ ନିଜ ଭିତରେ ଟେଲା ପେଲା ହୋଇଥିଲେ ଧାଡ଼ିରେ ଠିଆ ହୋଇଥିବା ଲୋକେ । କିଛି ସମୟ ପାଇଁ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରିସ୍ଥିତି ଅଣାୟତ ହେବାରକୁ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଭୋରୁ ଧାଡି ଲଗାଇ ଠିଆ ହୋଇଥିବା ଲୋକେ ଟିକା ନପାଇ ଶେଷରେ ଘରୁ ଫେରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/3-5.jpg)