ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କଲେ ଶତାଧିକ ଲୋକ। ଦେଶୀ ମଦ କାରବାର ନେଇ ଚଢାଉ କରିବାକୁ ଯାଇଥିଲା ଟିମ୍।

ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କଲେ ଶତାଧିକ ଲୋକ। ଦେଶୀ ମଦ କାରବାର ନେଇ ଚଢାଉ କରିବାକୁ ଯାଇଥିଲା ଟିମ୍।

କନକ ବ୍ୟୁରୋ: ବେଆଇନ ଦେଶୀ ମଦ କାରବାର ନେଇ ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ । ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ଆଦିବାସୀ ସାହିରେ ଦେଶୀ ମଦ ରନ୍ଧା ହେଉଥିବା ନେଇ ସୂଚନା ପାଇ ବାଙ୍କି ଓ ଆଠଗଡ଼ ଅବକାରୀ ବିଭାଗର ଦୁଇଟି ଟିମ୍ ମିଳିତ ଚଢ଼ଉ କରିଥିଲେ । ଠିକ୍ ସେହି ସମୟରେ ଶତାଧିକ ମହିଳା ଓ ପୁରୁଷ ଅତର୍କିତ ଆକ୍ରମଣ କରିଥିଲେ ।

ଗାଡ଼ି ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ ଆକ୍ରମଣକାରୀ । ଏଥିରେ ୪ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ବାଙ୍କୀ ଥାନାରେ ଏତଲା ଦିଆଯାଇଥିବା ବେଳେ ବାଙ୍କୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe