କନକ ବ୍ୟୁରୋ: ବେଆଇନ ଦେଶୀ ମଦ କାରବାର ନେଇ ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ । ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ଆଦିବାସୀ ସାହିରେ ଦେଶୀ ମଦ ରନ୍ଧା ହେଉଥିବା ନେଇ ସୂଚନା ପାଇ ବାଙ୍କି ଓ ଆଠଗଡ଼ ଅବକାରୀ ବିଭାଗର ଦୁଇଟି ଟିମ୍ ମିଳିତ ଚଢ଼ଉ କରିଥିଲେ । ଠିକ୍ ସେହି ସମୟରେ ଶତାଧିକ ମହିଳା ଓ ପୁରୁଷ ଅତର୍କିତ ଆକ୍ରମଣ କରିଥିଲେ ।
ଗାଡ଼ି ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ ଆକ୍ରମଣକାରୀ । ଏଥିରେ ୪ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ବାଙ୍କୀ ଥାନାରେ ଏତଲା ଦିଆଯାଇଥିବା ବେଳେ ବାଙ୍କୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/vlcsnap-2023-03-02-18h42m01s635.png)