ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ସମୁଦ୍ରରେ ଫସିଛି ଶହ ଶହ ଜୀବନ: ଏବେ ସୁଦ୍ଧା ୭୫ଜଣଙ୍କ ମୃତ୍ୟୁ, ୨ଶହରୁ ଅଧିକ ନିଖୋଜ ଥିବା ସୂଚନା

282

କନକ ବ୍ୟୁରୋ: ମଝି ସମୁଦ୍ରରେ ଫଶିଛି ଜୀବନ । ଇଟାଲୀ କ୍ରେଲୋବ୍ରିଏ ପ୍ରାନ୍ତରେ ଥିବା ସମୁଦ୍ର ଭିତରେ ଶହ ଶହ ସଂଖ୍ୟକ ପ୍ରବାସୀ ଫଶି ରହିଛନ୍ତି । ଇଟାଲୀ କୋଷ୍ଟଗାର୍ଡ ସେନା ଏମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଜାହଜରେ ଯାତ୍ରା କରି ପ୍ରବାସୀମାନେ ଦୁନିଆର ବିଭିନ୍ନ ସ୍ଥାନରୁ ୟୁରୋପକୁ ଆସୁଥିବାବେଳେ ଦୁର୍ଘଟଣା ସମ୍ମୁଖୀନ ହୋଇଛନ୍ତି । ତେବେ ଖରାପ ପାଣିପାଗ ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧା ହେଉଥିବା କହିଛି ଇଟାଲୀ କୋଷ୍ଟଗର୍ଡ । ଜାହଜରେ ମାତ୍ରାଧିକ ପ୍ରବାସୀ ଯାତ୍ରା କରୁଥିଲେ । ତେବେ କୋଷ୍ଟଗାର୍ଡ ପାଖରେ କେବଳ ୫ଶହ ଲୋକଙ୍କୁ ବଂଚାଇବା ପାଇଁଁ ସାଧନ ରହିଛି । ତେବେ ଇଟାଲୀ ନୌସେନା ଉଦ୍ଧାର କପାଇଁ ଛୋଟ ଛୋଟ ଜାହଜ ପଠାଇଛି ।