ପ୍ରଦୂଷିତ ହେଉଛି ସମୁଦ୍ର । ପୁରୀ ବେଳାଭୂମିରେ ଭାସୁଛନ୍ତି ଶହ ଶହ ଜେଲି ଫିସ

Advertisment
ପ୍ରଦୂଷିତ ହେଉଛି ସମୁଦ୍ର । ପୁରୀ ବେଳାଭୂମିରେ ଭାସୁଛନ୍ତି ଶହ ଶହ ଜେଲି ଫିସ

କନକ ବ୍ୟୁରୋ : ପୁରୀ ବେଳାଭୂମିରେ ପୁଣି ଦେଖିବାକୁ ମଳିଛି ଜେଲି ଫିସ୍ । ଦିଗବାରେଣୀ ଛକ ବେଳାଭୂମିରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ଜେଲି ଫିସ । ଏହା ବିଷାକ୍ତ ହୋଇଥିବାରୁ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି ।

ଜେଲି ଫିସର ଲାଳ ଶରୀରରେ ଲାଗିବା ଦ୍ୱାରା ସଂକ୍ରମଣ ହୋଇଥାଏ । ଦେହ କୁଣ୍ଡାଇ ହେବା ସହ ଲାଲ ପଡ଼ିଯାଏ । ୨୦୨୨ ମସିହା ଜୁନ ମାସରେ ଜେଲି ଫିସ ସଂଶ୍ପର୍ଷରେ ଆସି ଅନେକ ପର୍ଯ୍ୟଟକ ଗୁରୁତର ହୋଇଥିଲେ । ବର୍ତମାନ ସୁଦ୍ଧା କୌଣସି ପର୍ଯ୍ୟଟକ ଆହତ ହୋଇ ନଥିବା ବେଳେ ପୁରୀ ସମୁଦ୍ରରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଇଛି । ପର୍ଯ୍ୟଟକ କିଭଳି ସୁରକ୍ଷିତ ସ୍ନାନ କରିବେ ଏବଂ ଜେଲି ଫିସ୍ ସଂଶ୍ପର୍ଷରେ ନ ଆସିବେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe