ସରକାରୀ ଅଫିସରେ ଉଈ ଚାଷ । ଗଣଶିକ୍ଷା ମନ୍ତ୍ରୀଙ୍କ ଶିକ୍ଷା ବିଭାଗର ଫାଇଲ ଚରିଗଲେ ଉଈ । ପୁରୀ ଜିଲ୍ଲା ଗୋପ ବ୍ଲକ ଶିକ୍ଷା ବିଭାଗର ଶହଶହ ଗୁରୁତ୍ୱପୂର୍ଣ୍ଣ ଫାଇଲ ନଷ୍ଟ

165

କନକ ବ୍ୟୁରୋ : ସରକାରୀ ଅଫିସରେ ଚରିଗଲେ ଉଈ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବ୍ଲକରେ ଶିକ୍ଷା ବିଭାଗର ଶହଶହ ଗୁରୁତ୍ୱପୂର୍ଣ୍ଣ ଫାଇଲ ଖାଇଗଲେ ଉଈ । ପୁରୀ ଜିଲ୍ଲା ଗୋପ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଉଈ ଲାଗି ଅନେକ ଫାଇଲ ନଷ୍ଟ ହୋଇଯାଇଛି । ଅଫିସ ଭିତରେ ବହୁ ଫାଇଲରେ ଉଈ ଲାଗିଥିବା ଭିଜୁଆଲ କନକ ନ୍ୟୁଜରେ କଏଦ ହୋଇଛି ।

କ୍ୟାମେରାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସର ଭିଜୁଆଲ କଏଦ ହେବା ପରେ ଚାକିରି ଚାଲି ଯିବ କରି ଖବର ପ୍ରସାରଣ କରିବାକୁ ବାରଣ କରିଥିଲେ, ମଣ୍ଡଳି ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣୀ । ଅଦରକାରୀ କାଗଜ ପତ୍ରରେ ଉଈ ଲାଗିଥିବା କହି ସତ ଲୁଚାଇବାକୁ ଚେଷ୍ଟା କରିଥିଲେ ।

ସେପଟେ ଏହି ଘଟଣାରେ ଶିକ୍ଷାଧିକାରୀ ଓ ଅତିରିକ୍ତ ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ଆମ ପ୍ରତିନିଧି । ହେଲେ ଦିନ ୧୨ଟା ଯାଏଁ କୌଣସି ଅଧିକାରୀଙ୍କ ଦେଖା ନଥିବା ବେଳେ ସମସ୍ତ ଚୌକି ଖାଲି ପଡିଥିଲା । ତେଣୁ ଏନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ । ଅନେକ ସମୟରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଶିକ୍ଷା ମନ୍ତ୍ରୀଙ୍କ ବ୍ଲକରେ ଶିକ୍ଷା ବିଭାଗ ଅଫିସରେ ଉଇ ଲାଗିବା ଘଟଣା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି ।