କଣାସ ବ୍ଲକ ମାଟିଆପଡା ଦୟା ନଦୀରେ ଶହେଫୁଟର ଘାଇ । ୨୦ରୁ ଅଧିକ ଗାଁ ଜଳବନ୍ଦୀ, ବାହ୍ୟଜଗତରୁ ବିଚ୍ଛିନ୍ନ : ଦେବୀ- ସେପଟେ ଫୁଲୁଛି ଦେବୀନଦୀ, ଅସ୍ତରଙ୍ଗର ଅନେକ ଅଂଚଳରେ ପଶିଲା ପାଣି

114

କନକ ବ୍ୟୁରୋ : କଣାସବ୍ଲକ ମାଟିଆପଦାରେ ଦୟା ନଦୀରେ ଶହେ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଗଡମାଟିଆପଡା ଗ୍ରାମପଂଚାୟତ ପାଣି ଘେରରେ ଅଛି । ପଂଚାୟତର ବେଂଟା, ଘରଛୁଆ, ଶିମିଳିପାଟଣା, ବଗିପଡା, ନନେକେରା, ବୀରକେଶରପୁର, ବାଦଲପୁରୁ, ଯୋରକଣୀ ଭଳି ପାଖାପାଖି ୨୦ରୁ ଅଧିକ ଗାଁ ଜଳବନ୍ଦୀ ଅଛନ୍ତି । ଏହି ଅଂଚଶ ବାହ୍ୟଜଗତରୁ ବିଚ୍ଛିନ୍ନ ହେଇରହିଛି ।

ଏପଟେ କାକଟପୁର ଦେବୀ ନଦୀରେ ଜଳସ୍ତର ବିପଦ ସଂକେତ ଅତିକ୍ରମ କରିଛି । ଫଳରେ ଅସ୍ତରଙ୍ଗ ବ୍ଲକ ତଳାଦା ପଂଚାୟତରେ ପାଣି ପଶିଛି । ହୀରାକୁଦରେ ଗେଟ୍ ଅଧିକ ଖୋଲିବା ପରେ ଏହାର ପ୍ରଭାବ ପଡିଛି ଦେବୀ ନଦୀ ଉପରେ । ଦେବୀ ନଦୀର ବାଉରିଆକଣ ଠାରେ ଦେବୀ ନଦୀର ଜଳପତନ ୫ ମିଟର ଉପରେ ପ୍ରବାହିତ ହେଉଛି । କିନ୍ତୁ ଅସ୍ତରଙ୍ଗ ବ୍ଲକର ତଳାଦା ପଂଚାୟତରେ ପଛୁଆ ପାଣି ପଶିବା ପରେ ପଂଚାୟତର ବହୁ ଚାଷ ଜମି ଜଳମଗ୍ନ ହୋଇଯାଇଛି ।

ଧାନ ଓ ପନିପରିବା ଚାଷରେ ମାଡି ଯାଇଛି ବନ୍ୟା ପାଣି । ଦେବୀ ନଦୀ ସିଷ୍ଟମରେ ସମୁଦ୍ରକୁ ୪ ଲକ୍ଷ କ୍ୟୁସେକ୍ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି । ଆଗକୁ ଏହାର ପରିମାଣ ବଢିବା ଆଶଙ୍କା ଥିବାରୁ ଅଂଚଳରେ ବନ୍ୟା ସ୍ଥିତି ବଢିବା ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ କାକଟପୁର ଜଳସମ୍ପଦ ବିଭାଗ ରାତ୍ରି କାଳୀନ ପାଟ୍ରୋଲିଂକୁ କଡା କଡି କରିଛି ।

Comments are closed.