କନକ ବ୍ୟୁରୋ : କଣାସବ୍ଲକ ମାଟିଆପଦାରେ ଦୟା ନଦୀରେ ଶହେ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଗଡମାଟିଆପଡା ଗ୍ରାମପଂଚାୟତ ପାଣି ଘେରରେ ଅଛି । ପଂଚାୟତର ବେଂଟା, ଘରଛୁଆ, ଶିମିଳିପାଟଣା, ବଗିପଡା, ନନେକେରା, ବୀରକେଶରପୁର, ବାଦଲପୁରୁ, ଯୋରକଣୀ ଭଳି ପାଖାପାଖି ୨୦ରୁ ଅଧିକ ଗାଁ ଜଳବନ୍ଦୀ ଅଛନ୍ତି । ଏହି ଅଂଚଶ ବାହ୍ୟଜଗତରୁ ବିଚ୍ଛିନ୍ନ ହେଇରହିଛି ।
ଏପଟେ କାକଟପୁର ଦେବୀ ନଦୀରେ ଜଳସ୍ତର ବିପଦ ସଂକେତ ଅତିକ୍ରମ କରିଛି । ଫଳରେ ଅସ୍ତରଙ୍ଗ ବ୍ଲକ ତଳାଦା ପଂଚାୟତରେ ପାଣି ପଶିଛି । ହୀରାକୁଦରେ ଗେଟ୍ ଅଧିକ ଖୋଲିବା ପରେ ଏହାର ପ୍ରଭାବ ପଡିଛି ଦେବୀ ନଦୀ ଉପରେ । ଦେବୀ ନଦୀର ବାଉରିଆକଣ ଠାରେ ଦେବୀ ନଦୀର ଜଳପତନ ୫ ମିଟର ଉପରେ ପ୍ରବାହିତ ହେଉଛି । କିନ୍ତୁ ଅସ୍ତରଙ୍ଗ ବ୍ଲକର ତଳାଦା ପଂଚାୟତରେ ପଛୁଆ ପାଣି ପଶିବା ପରେ ପଂଚାୟତର ବହୁ ଚାଷ ଜମି ଜଳମଗ୍ନ ହୋଇଯାଇଛି ।
ଧାନ ଓ ପନିପରିବା ଚାଷରେ ମାଡି ଯାଇଛି ବନ୍ୟା ପାଣି । ଦେବୀ ନଦୀ ସିଷ୍ଟମରେ ସମୁଦ୍ରକୁ ୪ ଲକ୍ଷ କ୍ୟୁସେକ୍ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି । ଆଗକୁ ଏହାର ପରିମାଣ ବଢିବା ଆଶଙ୍କା ଥିବାରୁ ଅଂଚଳରେ ବନ୍ୟା ସ୍ଥିତି ବଢିବା ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ କାକଟପୁର ଜଳସମ୍ପଦ ବିଭାଗ ରାତ୍ରି କାଳୀନ ପାଟ୍ରୋଲିଂକୁ କଡା କଡି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/6-35.jpg)