ଲଖିମପୁର ଖେରି ଚାଷୀ ହତ୍ୟା ଓ ହିଂସାକାଣ୍ଡ ମାମଲାରେ ବର୍ଷିଲେ ସୁପ୍ରିମକୋର୍ଟ । ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ।

116

କନକ ବ୍ୟୁରୋ : ପୁଣି ବର୍ଷିଲେ ସୁପ୍ରିମକୋର୍ଟ । ଲଖିମପୁର ହିଂସା ଘଟଣାକୁ ନେଇ ସବୋର୍ଚ୍ଚ ନ୍ୟାୟାଳୟ ପୁଣିଥରେ ୟୁପି ସରକାର ଉପରେ ବର୍ଷିଛନ୍ତି । ଘଟଣା ସ୍ଥଳରେ ଯେତେବେଳେ ଶତାଧିକ ଲୋକେ ଉପସ୍ଥିତ ଥିଲେ ତେବେ କେବଳ ୨୩ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କୁ ରେକର୍ଡରେ ଅଣାଯିବା ଆର୍ଶ୍ଚଯ୍ୟ ଜନକ ବୋଲି କହିଲେ ସୁପ୍ରିମକୋର୍ଟ । ସେହିପରି ଘଟଣାର ସାକ୍ଷୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦିଅନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଲଖିମପୁର ହିଂସାକାଣ୍ଡ ଘଟଣାରେ ପୁଣିଥରେ ଉତ୍ତରପ୍ରଦେଶ ସରକାର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଚାଷୀ ମୃତ୍ୟୁ ଘଟଣାକୁ ନେଇ ଶୁଣାଣୀ କରି ପ୍ରଶ୍ନ କରିଛନ୍ତି ରାଲିରେ ୧୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ, ମାତ୍ର ପ୍ରତ୍ୟକ୍ଷଦର୍ଶୀ ଭାବେ କେବଳ ୨୩ ଜଣ କିପରି । କେବଳ ସେତିକି ନୁହେଁ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦିଅନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସାକ୍ଷୀଙ୍କ ବୟାନ ଶୀଘ୍ର ରେକର୍ଡ କରିବା ସହ ତଦନ୍ତ କେତେବାଟ ଗଲା ସେନେଇ ଅନ୍ୟ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ମୁଖ୍ୟ ବିଚାରପତି ଏନ.ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୬୮ ଜଣ ସାକ୍ଷୀ ସାମ୍ନାକୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ଜଣ ଘଟଣାର ପ୍ରତ୍ୟକ୍ଷଦର୍ଶୀ ହୋଇଥିବା ଜଣାପଡିଛି । ସେହିପରି କୃଷକ ରାଲିରେ ଯେତେବେଳେ ଶହ ଶହ ଲୋକ ସାମିଲ ଥିଲେ ତେବେ ଘଟଣାରେ କେବଳ ୨୩ ଜଣ ପ୍ରତ୍ୟକ୍ଷଦର୍ଶୀ ବାହାରିବା ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏ ମାମଲାରେ ଆହୁରି ସାକ୍ଷୀଙ୍କୁ ଖୋଜିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଲଖୀମପୁର ଖେରୀ ଘଟଣାରେ ଗିରଫ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରା ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଘଟଣାକୁ ଏତେ ଦିନ ବିତି ଯାଇଥିଲେ ବି ଅଜୟ ମିଶ୍ରାଙ୍କୁ କାହିଁକି ମନ୍ତ୍ରୀପଦରୁ ବହିଷ୍କାର କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ହିଂସାକାଣ୍ଡକୁ ନେଇ ଉତ୍ତରପ୍ରଦେଶ ଜୋର ଧରିଛି । ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଅନ୍ୟପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୭ ତରିଖରେ ଥିବା ଜଣାପଡିଛି । ତେବେ ଦେଖିବାକୁ ବାକି ରହିଲା ସରକାର ପୀଡିତ ପରିବାରକୁ କେତେ ଶୀଘ୍ର ନ୍ୟାୟ ପ୍ରଦାନ କରୁଛନ୍ତି ।