ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ଦିଲ୍ଲୀ ଜନ୍ତର-ମନ୍ତରରେ ପହଁଚିଲେ ଶତାଧିକ କୃଷକ: ପୁଲିସ ବ୍ୟାରିକେଡ ଭାଙ୍ଗି ଧାରଣାରେ ହେଲେ ସାମିଲ

105

କନକ ବ୍ୟୁରୋ: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଦିଲ୍ଲୀ ଜନ୍ତରମନ୍ତରରେ ଏକାଠି ହେଲେ ଚାଷୀ । କୁସ୍ତିଯୋଦ୍ଧା ମହାସଙ୍ଘର ଅଧକ୍ଷ୍ୟ ବ୍ରିଜଭୂଷଣ ସିଂଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାଷୀ ସଙ୍ଗଠନ । ଏନେଇ ପଦକ୍ଷେପ ନିଆନଗଲେ ଆନ୍ଦୋଳନକୁ ଆହୁରି ତ୍ରୀବତର କରାଯିବା ନେଇ କହିଛନ୍ତି ଚାଷୀ ନେତା । କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇବାକୁ ବହୁସଂଖ୍ୟକ କିଶାନମୋର୍ଚ୍ଚାର ନେତା ଆସି ଦିଲ୍ଲୀରେ ପହଂଚିଛନ୍ତି । ହରିୟାଣା ଓ ପଞ୍ଜାବରୁ ହଜାର-ହଜାର ସଂଖ୍ୟାରେ ଚାଷୀଙ୍କ ଜନ୍ତରମନ୍ତରରେ ଭିଡ଼ ଜମାଇଛନ୍ତି ।

ତେବେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ନ ମିଳିଲେ, ଆସନ୍ତା ଦିନରେ ଦେଶବ୍ୟାପି ଆନ୍ଦୋଳନ କରାଯିବା ନେଇ ଡାକାର ଦେଇଛନ୍ତି । ଦୀର୍ଘ ୨ ସପ୍ତାହ ହେଲା ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ସେପଟେ ରେସଲରଙ୍କ ଏହି ଧାରଣାକୁ ଚାରିଆଡୁ ସମର୍ଥନ ମିଳୁଛି । ବର୍ତମାନ ଚାଷୀନେତା ଓ ଚାଷୀ ସଙ୍ଗଠନର ସମର୍ଥନ ମିଳିବା ଦେଖି ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ପାଟ୍ରୋଲିଂକୁ ବଢାଇ ଦିଆଯିବା ସହ ହିଂସା ଏଡାଇବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।