ମରଣ ମୁହଁରେ ମୋ ସାଇକେଲ୍: ଖତ ଖାଉଛି କ୍ରୁଟ କିଣିଥିବା ଶହ ଶହ ସାଇକେଲ

209

କନକ ବ୍ୟୁରୋ: ରାଜଧାନୀରେ ୨୦୧୮ରେ ଆରମ୍ଭ ହୋଇଥିବା ମୋ ସାଇଲେଲ ବ୍ୟବସ୍ଥା ଏବେ ଫେଲ ମାରିଛି । ରାସ୍ତାର କଡରେ ପଡି ପଡି ଖତ ଖାଇବା ପରେ ଏହି ମୋ ସାଇକେଲକୁ ବସ୍ତିବାସନ୍ଦା କିମ୍ବା ଛାତ୍ରଛାତ୍ରୀଙ୍କୁ ଦେବାକୁ ଚିନ୍ତା କରାଯାଉଛି, ଯାହାକୁ ଅନେକ ଗ୍ରହଣ କରିପାରିନାହାନ୍ତି ।

ଭୁବନେଶ୍ୱର ରାସ୍ତା କଡରେ ଅତି ଦୟନୀୟ ଅବସ୍ଥାରେ ପଡିଛି ମୋ ସାଇକେଲା ସାଇକେଲ ତ ବ୍ୟବହାର ହେଉନାହିଁ, ବରଂ ପଡି ପଡି ଖତ ଖାଉଛି ଓ ଜାଗା ବି ମାଡିବସୁଛି । ଆଉ ସହରର ସୌନ୍ଦର୍ଯ୍ୟକୁ ବି ନଷ୍ଟ କରୁଛି । ତେଣୁ ଏହାକୁ ଛାତ୍ରଛାତ୍ରୀ କିମ୍ବା ବସ୍ତିପିଲାଙ୍କ ମଧ୍ୟରେ ବାଂଟି ଦେବାକୁ ଚିନ୍ତା କରୁଛି ବିଏମସି । ଏ ନେଇ ବିଏମସି ବୈଠକରେ ପ୍ରସ୍ତାବ ବି ଗୃହୀତ ହୋଇଇଥିବା ସୂଚନା ମିଳିଛି , ଯାହାକୁ ଅନେକ ସହଜରେ ଗ୍ରହଣ କରିପାରିନାହାନ୍ତି ।

ରାଜଧାନୀରେ ପ୍ରଦୂଷଣ କମାଇବା ଓ ଲୋକଙ୍କ ଜୀବନଶୈଳୀରେ ପରିବର୍ତନ ପାଇଁ କ୍ୟାପିଟାଲ ଅର୍ବାନ ଟ୍ରାନସପୋର୍ଟ, କ୍ରୁଟ୍ ୧୮୦୦ ସାଇକେଲ କିଣିଥିଲା । ଗୋଟାକୁ ୨୫ ହଜାର ଓ ମରାମତି ପାଇଁ ବର୍ଷକୁ ୫ ହଜାର ଟଙ୍କା ଲେଖାଁଏ ଖର୍ଚ୍ଚ ହୋଇଥିଲା । ଏହାର ପରିଚାଳନା ଓ ମରାମତି ଦାୟିତ୍ୱ ବି କିଛି ସଂସ୍ଥାକୁ ଦିଆଯାଇଥିଲା । କିନ୍ତୁ ମୋ ସାଇକେଲ କିଭଳି ଲୋକପ୍ରିୟ ହେବ ଓ ବ୍ୟବହାର ବଢିବ ସେ ନେଇ କେହି ଚିନ୍ତା କରିନଥିଲେ । ବିଏମସି ଅଧିକାରୀ ବି ପ୍ରତି ଶୁକ୍ରବାର ଅଫିସ ସାଇକଲରେ ଆସିବେ ବୋଲି ନିଷ୍ପତି ହୋଇଥିଲା । କିଛି ଦିନ ଏହା କାର୍ଯ୍ୟକାରୀ ହେବା ପରେ ଫଟୋ ଉଠାଇ ସମସ୍ତେ ଭୁଲିଯାଇଥିଲେ । ଏବେ ସାଇକେଲ ଖତ ଖାଇବା ପରେ ବିଏମସିର ବାଂଟିବା ନିଷ୍ପତି ସମସ୍ତଙ୍କୁ ଆଶ୍ଚଯ ୍ର୍ୟ କରିଛି ।

କେବଳ ମୋ ସାଇକେଲ ନୁହେଁ, ୭ ବର୍ଷ ତଳେ ବିଏମସିକୁ ଦାନସୁତ୍ରରେ ମିଳିଥିବା ୨ ଶହ ସାଇକେଲକୁ ବି ବାଂଟିବାକୁୁ ନିଷ୍ପତି ନେଇଛି ବିଏମସି । ଏଠାରେ ପ୍ରଶ୍ନ ଉଠୁଛି,

– ଲକ୍ଷ ଲକ୍ଷ ଟଙ୍କାର ସାଇକେଲ କାହାକୁ ବଂଟାଯିବ?
-ହିତାଧିକାରୀଙ୍କୁ ଚୟନ କରିବ କିଏ ଓ ଏହାର ଆଧାର କଣ ହେବ?
– ସଚେତନ ପାଇଁ କାହିଁକି ନିଆଗଲାନି ପଦକ୍ଷେପ?