କନକ ବ୍ୟୁରୋ : ଖବର ପ୍ରସାରଣ ପରେ ପଡିଲା ପ୍ରଭାବ । ଖରା ଯୋଗୁ ବିପଦରେ ଥିବା ବାଦୁଡିଙ୍କ ଉପରେ ଜଳ ସିଂଚନ କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଗୋଟି ଗୋଟି କରି ବାଦୁଡି ମରି ଖସି ପଡୁଥିଲେ । ଏନେଇ ଖବର ପ୍ରସାରଣ ହେବା ପରେ ପରେ ଅଗ୍ନିଶମ ବାହିନୀ ପହଂଚି ବାଦୁଡିଙ୍କ ଉପରେ ପାଣି ସିଂଚନ କରିଛନ୍ତି । ଢେଙ୍କାନାଳ କଙ୍କଡାହାଡ ନିକଟରେ ଥିବା ବିରାଶାଳରେ କିଛି ଗଛରେ ବର୍ଷ ବର୍ଷ ଧରି ରହୁଛନ୍ତି ହଜାର ହଜାର ସଂଖ୍ୟାରେ ବାଦୁଡି । ଏହି ବାଦୁଡି ମାନଙ୍କ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ଗାଁର ଲୋକେ । ଏପରିକି ଗାଁର ଶୁଭ ହେଉଛନ୍ତି ବାଦୁଡି ପଲ । ଏବେ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏଥିରୁ ବାଦ୍ ପଡିନଥିଲେ ବାଦୁଡି ଗୁଡିକ । ଗରମ ଗୁଳଗୁଳି ଯୋଗୁ ପାଣି ମୁନ୍ଦା ନପାଇ ଗୋଟି ଗୋଟି କରି ଗଛରୁ ଖସି ଆସୁଥିଲେ ଏଗୁଡିକ । ବାଦୁଡିଙ୍କ ଖବର ପ୍ରସାରଣ ହେବା ପରେ ସେମାନଙ୍କ ସୁରକ୍ଷା ନେଇ ପହଂଚିଥିଲା ଅଗ୍ନିଶମ ବାହିନୀ । ଗଛରେ ଥିବା ବାଦୁଡି ମାନଙ୍କ ଉପରକୁ ପାଣି ସ୍ପ୍ରେ କରାଯାଇଥିଲା ।
କାମାକ୍ଷାନଗର ବିରାଶାଳ ଗାଁରେ ତାତି ଯୋଗୁଁ ମରିପଡ଼ୁଛନ୍ତି ଶହ ଶହ ବାଦୁଡ଼ି । ପାଣି ସିଞ୍ଚନ କରି ବଞ୍ଚାଇବାକୁ ପ୍ରୟାସ ଜାରି
/kanak/media/post_attachments/wp-content/uploads/2023/06/5_00000-4.jpg)