କନକ ବ୍ୟୁରୋ : ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ହାଟଡ଼ିହି ବ୍ଲକର ଅନେକ ସ୍ଥାନରେ ପାଣିରେ ବୁଡି ରହିଛି ଶହଶହ ଏକର ଚାଷ ଜମି । ଗତ ୧୦ ଦିନ ତଳେ ହୋଇଥିବା ବର୍ଷା ଓ ବନ୍ୟାରେ ଏକର ଏକର ଜମି ପାଣିରେ ବୁଡି ଧାନ ଚାଷ ନଷ୍ଟ ହୋଇଥିଲା । ଏଥିଯୋଗୁ ଅନେକ କ୍ଷତି ମଧ୍ୟ ସହିଥିଲେ ଚାଷୀ । ପାଣି କମିବା ପରେ ପୁଣିଥରେ ଚାଷୀମାନେ ବହୁକଷ୍ଟ କରି ଧାନ ତଳି ସଂଗ୍ରହ କରି ରୋଇଥିବା ବେଳେ ଚଳିତ ବର୍ଷାରେ ତାହା ପୁଣି ପାଣିରେ ବୁଡିଯାଇଛି । ଯାହାକୁ ନେଇ ବଡ଼ରମ୍ପାସ ଗ୍ରାମରେ ଏବେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

Advertisment

ଅନେକ ଧାର କରଜ କରି ଦୁଇଦୁଇ ଥରରୁ ତଳି ରୋଇବା ପରେ ପରେ ଜମିସବୁ ନଷ୍ଟ ହେବାକୁ ବସିଛି । ଶହଶହ ଏକର ଚାଷଜମି ଏବେ ଜଳମଗ୍ନ । ସାର ବିଷ ଯାହା ପଡିଥିଲା ସବୁ ନଷ୍ଟ ହୋଯାଇଛି । ଏବେ କିପରି ଚାଷ କରିବେ ଓ ଚଳିବେ, ତାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।