ଠକିଦେଲା ବିହନ : ଶହ ଶହ ଏକର ବିଲରେ ଧାନ ବଦଳରେ ଫଳିଲା ବାଳୁଙ୍ଗା ଓ ଅଗାଡି; ଚାଷୀ ହତାଶ

ଋଣ କେମିତି ସୁଝିବେ ସେ ନେଇ ଚିନ୍ତାରେ ଚାଷୀ

216

କନକ ବ୍ୟୁରୋ : ଭଲ ଅମଳ ଆଶାରେ ଧାନ ଚାଷ କରିଥିଲା ଚାଷୀ । କିନ୍ତୁ ଧାନ ବଦଳରେ ବିଲରେ ଫଳିଲା ବାଳୁଙ୍ଗା ଆଉ ଅଗାଡ଼ି । ଠକିଦେଲା ସୋସାଇଟିରୁ କିଣିଥିବା ବିହନ । ଋଣ କରି ଧାନ କରିଥିବା ଚାଷୀ ଏବେ ଋଣ କେମିତି ରୁଣ ସୁଜିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଧାନ ବିଲକୁ ଜୁଆଡେ ଚାହିଁବେ ସିଆଡେ ଖାଲି ବାଳୁଙ୍ଗା ହିଁ ବାଳୁଙ୍ଗା ।

ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ ରତନପୁର ପଂଚାୟତ ବନମାଳିପୁର ଗାଁରେ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଚାଷ କରିଥଲା ଚାଷୀ । ଭାବିଥିଲା ଚଳିତ ବର୍ଷ ଭଲ ଚାଷ ହେବ । ବର୍ଷ ସାରା ପିଲା ଛୁଆ ଭଲରେ ଚଳିବେ । ହେଲେ ଚାଷୀ ସ୍ୱପ୍ନକୁ ଧୁଳିସାତ କରିଦେଲା ସୋସାଇଟି ବିହନ । ସୋସାଇଟିରୁ ଚଢା ଦରରେ ବିହନ କଣି ଚାଷୀ ରୁଆ କାର୍ଯ୍ୟ ସାରିଥିଲା । ଧାନ କାଟିବାକୁ ଗଲା ବେଳକୁ ବିଲରେ ଫଳିଛି ଧାନ ବଦଳେ ବାଳୁଙ୍ଗା । ନିଆଳି ବ୍ଲକରେ ଶହ ଶହ ଏକର ଧାନ ଜମିରେ ବାଳୁଙ୍ଗା ଫଳିଛି ।

ବଜାରରୁ ଯେତେ କିଟନାଶକ ଔଷଧ ଆଣି ଛିଚଂନ କଲେ ମଧ୍ୟ କିଛି ଫଳମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ସରକାରୀ ବିହନ ଆଣି ଚାଷୀ ଭଳ ଅମଳର ଆଶା ରଖିଥିବାବେଳେ ସବୁ ଧୁଳିସାତ ହୋଇଯାଇଛି । ଗଛ ବଡ ବଡ ହୋଇଛି, କ୍ଷେତରେ ଲହଡି ଭାଙ୍ଗୁଛି ହେଲେ ଗଛରେ ଫଳ ଆସୁନି । ତେବେ ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବାକୁ ଦାବି କରିବା ସହ ସମବାୟ ସମିତି ଉପରେ ଦୁଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ଚାଷୀ ।