ଡାକ୍ତର ତୁମକୁ ଶହେ ସଲାମ୍ । ମହାମାରୀ ବେଳେ ମାନବିକତାର ମେଡିସିନ ବାଣ୍ଟୁଛନ୍ତି, ସନ୍ଦେହୀ ଡାକ୍ତରଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଇଏ ଏମିତି ଜଣେ ଡାକ୍ତର ଯିଏ ଭୂତାଣୁ ଭୟକୁ ଭୁଲି ୮୪ ବର୍ଷ ବୟସରେ ବି ଚିକିତ୍ସା କରୁଛନ୍ତି, ରୋଗୀ ଦେଖୁଛନ୍ତି । ସଙ୍କଟ ସମୟରେ ସାମ୍ନାକୁ ଆସିଲେ ସେବାର ସାକ୍ଷାତ ଭଗବାନ ରବି ଶତପଥୀ...

Advertisment
ଡାକ୍ତର ତୁମକୁ ଶହେ ସଲାମ୍ । ମହାମାରୀ ବେଳେ ମାନବିକତାର ମେଡିସିନ ବାଣ୍ଟୁଛନ୍ତି, ସନ୍ଦେହୀ ଡାକ୍ତରଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଇଏ ଏମିତି ଜଣେ ଡାକ୍ତର ଯିଏ ଭୂତାଣୁ ଭୟକୁ ଭୁଲି ୮୪ ବର୍ଷ ବୟସରେ ବି ଚିକିତ୍ସା କରୁଛନ୍ତି, ରୋଗୀ ଦେଖୁଛନ୍ତି । ସଙ୍କଟ ସମୟରେ ସାମ୍ନାକୁ ଆସିଲେ ସେବାର ସାକ୍ଷାତ ଭଗବାନ ରବି ଶତପଥୀ...

କନକ ବ୍ୟୁରୋ: ମହାମାରୀ ବେଳେ ମରିନି ମଣିଷପଣିଆ । ଭୂତାଣୁ ଭୟ ଭୁଲି ସେବା କରୁଛନ୍ତି ୨ୟ ଭଗବାନ । କିଏ କହିଲା କରୋନା ବେଳେ ମଣିଷ ମନରୁ ମରିଯାଉଛି ମାନବିକତା ? କିଏ କହିଲା ଭୂତାଣୁରେ ସଂକ୍ରମଣ ଠାରୁ ସନ୍ଦେହରେ ସଂକ୍ରମିତ ହେଉଛି ମନ ? ହେଲେ ସଙ୍କଟ ସମୟରେ ସେବାର ଏ ସାକ୍ଷାତ ଭଗବାନଙ୍କୁ ଦେଖିଲେ ସେ ପ୍ରଶ୍ନ ସବୁ ପାଣିରେ ମିଳେଇଯିବ । ସେ ସନ୍ଦେହ ସବୁ ସମାଧି ନେବ ଆଉ ଆପଣ କହିବେ ନା ସବୁ ଡାକ୍ତର ସେମିତି ନୁହଁନ୍ତି । ସମସ୍ତେ ସନ୍ଦେହ କରନ୍ତିନି...

ଡାକ୍ତର ରବି ଶତପଥୀ । ବ୍ରହ୍ମପୁରର ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ତଥା ଏମକେସିଜିର ପୂର୍ବତନ ପ୍ରିନ୍ସପାଲ । ବୟସ ପାଖାପାଖି ୮୪ ଛୁଇଁଲାଣି । ଚାକିରିରୁ ସେ ଅବସର ନେଇଛନ୍ତି ସତ ହେଲେ ରୋଗୀସେବାରୁ ଅବସର ନେଇନାହାନ୍ତି । କରୋନା ଭଳି ପରିସ୍ତିତିରେ ବି ସେ କୁନିକୁନି ପିଲାଙ୍କୁ ଚିକିତ୍ସା କରି ସେମାନଙ୍କ ମୁହଁରେ ହସ ଫୁଟାଉଛନ୍ତି । କରୋନା ପାଇଁ ଯେତେବେଳେ ଅନେକ ଡାକ୍ତର ରୋଗୀଙ୍କ ମୁହଁ ଚାହୁୁଁନାହାନ୍ତି, ସେମାନଙ୍କୁ ଛୁଉଁନାହାନ୍ତି, ସଂକ୍ରମଣ ହୋଇଯିବା ଭୟରେ ରୋଗୀଙ୍କ ପାଖମାଡୁ ନାହାନ୍ତି ଠିକ ସେତିକି ବେଳେ ହୃଦୟହୀନ ଡାକ୍ତରଙ୍କ ପାଇଁ ଉଦାହରଣ ସାଜିଛନ୍ତି ଡାକ୍ତର ରବି ଶତପଥୀ ।

କରୋନା ପାଇଁ ବୟସ୍କ ଲୋକଙ୍କୁ ସତର୍କ ରହିବାକୁ କୁହାଯାଉଥିବା ବେଳେ ଡାକ୍ତର ରବି ଶତପଥୀଙ୍କୁ ମଧ୍ୟ ୮୪ ଛୁଇଁଲାଣି । ହେଲେ ବୟସ୍କ ହୋଇ ମଧ୍ୟ ଭୂତାଣୁକୁ ଭୟ ନକରି ସେ ନିଜ ଦାୟିତ୍ୱ ତୁଲାଉଛନ୍ତି । ଆଉ ଗତ ୪ ମାସ ହେବ କରୋନା କାଳରେ ସବୁ ପିଲାଙ୍କ ନାଡି ଚିପି, ଆଖି ଦେଖି ପିଲାଙ୍କ ପ୍ରିୟ ଡାକ୍ତର ଅଙ୍କଲ ଭଳି ଚିକିତ୍ସା କରି ଆସୁଛନ୍ତି । ତେବେ ରୋଗୀଙ୍କ ସେବା ପାଇଁ ଭଗବାନ ତାଙ୍କୁ ପଠାଇଛନ୍ତି, ସେବା ନକଲେ ପାପ ଲାଗେ ବୋଲି ସେ କହିଛନ୍ତି...

ତେବେ ବ୍ରହ୍ମପୁରରେ ଘରୋଇ ନର୍ସିଂହୋମ୍, ଏମକେସିଜି ଓପିଡି ବନ୍ଦ ଥିବାରୁ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଥିବା ରୋଗୀଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି ରବି ଶତପଥୀ । କରୋନା ନିୟମ ମାନି ସାମାଜିକ ଦୂରତା ରଖିବା ସହ ମୁହଁରେ ମାସ୍କ, ହାତ ସାନିଟାଇଜ କରି ସମସ୍ତଙ୍କୁ ଚିକିତ୍ସା କରାଯାଉଛି । ଆଉ ମାନବ ସେବା ହିଁ ମାଧବ ସେବାର ବ୍ରତୀ ଥିବା ଡାକ୍ତର ରବି ଶତପଥୀଙ୍କ ଏ ନିଆରା ଉଦ୍ୟମକୁ ସମସ୍ତେ ସମ୍ମାନ ଜଣାଇଛନ୍ତି । ସତରେ ଡାକ୍ତର ହେବ ତ ରବିଙ୍କ ପରି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe