ଏବେ ବି ବଞ୍ଚିିଛି ମଣିଷ ପଣିଆ । ଅଟୋରେ ଛାଡିଦେଇଥିବା ସୁନା ଅଳଙ୍କାର ବ୍ୟାଗକୁ ମାଲିକଙ୍କୁ ଫେରାଇଲେ ଅଟୋ ଚାଳକ ।

Advertisment
ଏବେ ବି ବଞ୍ଚିିଛି ମଣିଷ ପଣିଆ । ଅଟୋରେ ଛାଡିଦେଇଥିବା ସୁନା ଅଳଙ୍କାର ବ୍ୟାଗକୁ ମାଲିକଙ୍କୁ ଫେରାଇଲେ ଅଟୋ ଚାଳକ ।

କନକ ବ୍ୟୁରୋ: ଅଟୋ ଚାଳକଙ୍କ ମହାନତା । ହଜିଥିବା ବ୍ୟାଗକୁ ଆଣି ଯାତ୍ରୀଙ୍କୁ ଫେରାଇଲେ । ଆଜିକା ଦୁନିଆରେ ଅଧିକାଂଶ ଲୋକେ ମାନେ କାହାକୁ ଏକ ଟଙ୍କା ଦେବାକୁ ହାତ ଯାଉନଥିବା ବେଳେ ନିଜର ଲୋଭ ନରଖି ମହାନତା ଦେଖାଇ ନିଜ ଅଟୋରେ ଛାଡିଥିବା ବ୍ୟାଗ ମାଲିକଙ୍କୁ ଖୋଜୁଥିଲେ ଅଟୋ ଡ୍ରାଇଭର।

ସୂଚନା ମୁତାବକ, ଗୁରୁବାର ଭଦ୍ରକରୁ ଏକ ଅଟୋ ଡ୍ରାଇଭର ନିଜ ଅଟୋରେ ଭଡାରେ ଯାତ୍ରୀ ନେଇ ସୋର ଯାଇଥିଲେ । ସେଠାରେ ଯାତ୍ରୀଙ୍କୁ ଛାଡିବା ପରେଖାଲି ଅଟୋ ନେଇ ଭଦ୍ରକ ଫେରୁଥିବା ସମୟରେ ତଳ ନଗର ଛକରୁ ଜଣେ ମହିଳା ଏକ ବ୍ୟାଗ ସହିତ ଦୁଇଟି ଛୋଟ ପିଲାଙ୍କୁ ନେଇ ଅଟୋରେ ଆସି ଜାମୁଝାଡି ଛକ ଠାରେ ସାଙ୍ଗ ରେ ଆଣି ଥିବା ବ୍ୟାଗ ଅଟୋ ରେ ଛାଡି ପିଲା ମାନଙ୍କୁ ନେଇ ଉଲାଇ ପଳାଇ ଯାଇଥିଲେ । ହେଲେ ମହିଳା ଜଣଙ୍କ ଅଟୋ ପଛରେ ବ୍ୟାଗ ଟିକୁ ରଖିଥିବା କାରଣରୁ ଅଟୋ ଡ୍ରାଇଭର ଜଣଙ୍କ ଏହି ବ୍ୟାଗ ବିଷୟରେ ନ ଜାଣିପାରି ଅଟୋ ନେଇ ଘରକୁ ଫେରିବା ବେଳେ ଅଟୋ ପଛରେ ଏକ ବ୍ୟାଗ ଦେଖିବା କୁ ପାଇ ଥିଲେ.ତୁରନ୍ତ ମହିଳାଙ୍କୁ ଛାଡିଥିବା ଜାମୁଝାଡି ଛକ ପାଖ କୁ ଯାଇ ବହୁତ ସମୟ ଧରି ଅଟୋ ଡ୍ରାଇଭର ଜଣଙ୍କ ବହୁତ ସମୟ ଧରି ଛାଡିଥିବା ମହିଳା ଙ୍କୁ ଅପେକ୍ଷା କରିଥିଲେ କିନ୍ତୁ ମହିଳାଙ୍କର କୌଣସି ଖୋଜଖବର ପାଇନଥିଲେ । ଶେଷରେ ଅଟୋ ଡ୍ରାଇଭର ଉପାୟ ନପାଇ ବ୍ୟାଗଟିକୁ ଆଣି ଭଦ୍ରକର କିଛି ସାମ୍ବାଦିକ ଭାଇଙ୍କୁ ଜଣାଇଥିଲେ । ପୋଲିସକୁ ମଧ୍ୟ ଜଣାଇଥିଲେ । ସୂଚନା ପାଇ ମହିଳା ଜଣକ ଭଦ୍ରକ ପହଞ୍ଚି ନିଜର ସମସ୍ତ ଜିନିଷ ପାଇବା ସହ ଅଟୋ ଚାଳକଙ୍କୁ ବେଶ ପ୍ରସଂଶା କରିଥିଲେ । ଅଟୋ ଡ୍ରାଇଭରଙ୍କ ଏପରି କାର୍ୟ୍ୟ ପାଇଁ ବାଇପାସ୍ ଅଟୋ ଚାଳକ ସଂଘ ତରଫରୁ ଅଟୋ ଡ୍ରାଇଭରଙ୍କୁ ପ୍ରଶଂସା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe