ମରିନି ମାନବିକତା ! ଭୋକିଲା ପିଲାଙ୍କୁ ଖାଇବାକୁ ଦେଇ ଅନ୍ୟଙ୍କ ପାଇଁ ସୃଷ୍ଟି କଲେ ଅନନ୍ୟ ଉଦାହରଣ ।

31

ଘଟଣାଟି ହେଉଛି କେରଳର । ଏଠାକାର ଜଣେ ସହୃଦୟବାନ ଲୋକ ମାଲାପୁରମ୍ ଗାଁର ଏକ ଛୋଟ ହୋଟେଲକୁ ଖାଇବାକୁ ଯାଇଥିଲେ । ହୋଟେଲ୍ ଟେବୁଲରେ ବସିଥିବା ସମୟରେ ସେ ବାହାରୁ ଦୁଇ ଜଣ ଛୋଟ ପିଲାଙ୍କୁ ତାଙ୍କ ଆଡକୁ ଚାହୁଁଥିବାର ଦେଖି ସେ ଦୁହିଁଙ୍କୁ ଭିତରକୁ ଡାକି ଖାଇବା ଅର୍ଡର ଦେଇଥିଲେ । ସଂପର୍କରେ ଦୁହେଁ ଭାଇଭଉଣୀ ଥିଲେ ଏବଂ ଭୋକିଲା ମଧ୍ୟ ଥିଲେ ।
ଖାଦ୍ୟ ଶେଷ ହେବା ପରେ ଦୁହେଁ ବାହାରକୁ ଚାଲିଯାଇଥିଲେ । ବ୍ୟକ୍ତିଜଣକ ନିଜ ଖାଦ୍ୟ ଶେଷ କରି ହାତ ଧୋଇ ଆସିଲା ପରେ ଯାହା ଦେଖିଲେ ତାହା ତାଙ୍କ ଆଖିକୁ ଭିଜାଇ ଦେଇଥିଲା । ସେ ବସିଥିବା ଟେବୁଲରେ ଖାଇଥିବା ବିଲ୍ ରଖାଯାଇଥିଲା । କିନ୍ତୁ ବିଲରେ ଖାଦ୍ୟ ମୂଲ୍ୟ ବଦଳରେ ଲେଖାଥିଲା “ଆମ ପାଖରେ ଏଭଳି କୌଣସି ମେସିନ୍ ନାହିଁ ଯାହା ମାନବିକତାର ମୂଲ୍ୟ ଲଗାଇପାରିବ । ଆପଣଙ୍କର ମଙ୍ଗଳ ହେଉ ।” ଏହି ଖବରଟି ସୋସିଆଲ୍ ମିଡିଆରେ ହୋଟେଲର ଜଣେ କର୍ମଚାରୀ ପୋଷ୍ଟ କରି ଜଣାଇଥିଲେ ।