ସୀମା ଟପିଲା ମାନବିକତା : ପୁରୀ ଡେଲାଙ୍ଗ ଥାନା ଅଂଚଳରେ ଜମିବାଡି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳା ଓ ପରିବାରକୁ ପଡୋଶୀଙ୍କୁ ନିସ୍ତୁକ ମାଡ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ; ଥାନାରେ ପଂହଚିଲା ମାମଲା

207

କନକ ବ୍ୟୁରୋ : ସୀମା ଟପିଲା ମାନବିକତା । ଜମିବାଡି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡିଶାଘରର ଲୋକେ ଜଣେ ମହିଳା ଓ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ପୁରୀ ଡେଲାଙ୍ଗ ଥାନା ହରିରାଜପୁର ଗାଁରେ ଏହି ଘଟଣା ଘଟିଛି । ଏ ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।

ହରିରାଜପୁର ଗାଁର କବିତା ପ୍ରଧାନ ଓ ପରିବାର ଉପରେ ଏହି ଆକ୍ରମଣ ହେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୁହାଛଡ, ପାଣିପାଇପ, ଶାବଳ ଓ କଟୁରୀରେ ଏଭଳି ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ କବିତାଙ୍କ ଗୋଡ ହାତ ଭାଙ୍ଗିଯାଇଛି । ଆକ୍ରମଣ ସମୟରେ କବିତାଙ୍କ ଝିଅ ମୋବାଇଲରେ ସୁଟିଂ କରୁଥିବାବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।