କନକ ବ୍ୟୁରୋ : ସୀମା ଟପିଲା ମାନବିକତା । ଜମିବାଡି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡିଶାଘରର ଲୋକେ ଜଣେ ମହିଳା ଓ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ପୁରୀ ଡେଲାଙ୍ଗ ଥାନା ହରିରାଜପୁର ଗାଁରେ ଏହି ଘଟଣା ଘଟିଛି । ଏ ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।
ହରିରାଜପୁର ଗାଁର କବିତା ପ୍ରଧାନ ଓ ପରିବାର ଉପରେ ଏହି ଆକ୍ରମଣ ହେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୁହାଛଡ, ପାଣିପାଇପ, ଶାବଳ ଓ କଟୁରୀରେ ଏଭଳି ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ କବିତାଙ୍କ ଗୋଡ ହାତ ଭାଙ୍ଗିଯାଇଛି । ଆକ୍ରମଣ ସମୟରେ କବିତାଙ୍କ ଝିଅ ମୋବାଇଲରେ ସୁଟିଂ କରୁଥିବାବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/7.jpg)