ମରିଗଲା ମାନବିକତା । ସମ୍ପତ୍ତି ପାଇଁ ବାପାର ଶବ ସଂସ୍କାର କଲେନି ଦୁଇ ପୁଅ । ୨୪ ଘଣ୍ଟା ହେବ ପଡ଼ିରହିଛି ଶବ ।

236

କନକ ବ୍ୟୁରୋ: ମରିଗଲା ମାନବିକତା । ସମ୍ପତ୍ତି ପାଇଁ ବାପାର ସଂସ୍କାର କଲେନି ପୁଅ । ଜମିବାଡି ବିବାଦ ପାଇଁ ବାପାର ଶବକୁ ୨୪ ଘଣ୍ଟା ପକାଇ ରଖିଲେ ଦୁଇ ଭାଇ । ଏଭଳି ଏକ ମାନବିକତାବିହୀନ ଖବର ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ ।

ତେବେ କେନ୍ଦ୍ରାପଡା ଜିଲ୍ଲା ବରୁଆ ଗାଁ ର କଣ୍ଡୁରୀ ଓଝା । ୯୭ ବର୍ଷ ବୟସରେ ବଡ ପୁଅ ବାବାଜୀ ଓଝାଙ୍କ ନିକଟରେ ଭୁବନେଶ୍ୱରରେ ରହୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ବାପାଙ୍କ ଶବକୁ ନେଇ ଗାଁରେ ନପହଁଚି ସ୍ଥାନୀୟ ନିକିରାଇ ଥାନା ଓ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ ବଡ ପୁଅ । ତେବେ ବିବାଦ ବଢିବାରୁ ଶବକୁ ନେଇ ଗାଁକୁ ବି ଗଲେ । କିନ୍ତୁ ଦୁଇ ଭାଇଙ୍କ ଜମି ବିବାଦ ଲାଗିଥିବାରୁ ଶବ ପଡ଼ିରହିଛି ।

ସେପଟେ ସାନ ପୁଅଙ୍କ ଅଭିଯୋଗ ବଡ ପୁଅ ସବୁ ସମ୍ପତ୍ତି ନେଇ ଯାଇଛି ଏଣୁ ସମ୍ପତ୍ତି ସମାଧାନ ନ ହେଲେ ଶବକୁ ସଂସ୍କାର କରା ହେବନି  । ତେବେ ଦୁଇ ପୁଅଙ୍କ ବିବାଦ ଭିତରେ ଶବ ମଶାଣୀକୁ ଯାଇ ପାରୁନି । ପୁଅମାନଙ୍କ ଏ ମାନସିକତାକୁ ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି ।