ମଣିଷ ପଣିଆ ଦେଖାଇଲେ ଜିଲ୍ଲାପାଳ । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ପଠାଇଲେ ମେଡିକାଲ

156

କନକ ବ୍ୟୁରୋ : ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପଠାଇଲେ ହସ୍ପିଟାଲ । ଗତକାଲି ଅପରାହ୍ନରେ ଗୋଳନ୍ଥରା ଥାନା କନିଷି ଜାତୀୟ ରାଜପଥରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଜିଲ୍ଲାପାଳ ଜାତୀୟ ରାଜପଥ ଦେଇ ଆସୁଥିବା ବେଳେ ସଡକ ଦୁର୍ଘଟଣା ଦେଖି ଗାଡିରୁ ଓହ୍ଲାଇ ପଡିଥିଲେ ।

ଆମ୍ବୁଲାନ୍ସକୁ ଅପେକ୍ଷା ନକରି ପଛରେ ଆସୁଥିବା ଏକ ସ୍କର୍ପିଓ ଗାଡିରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ବସାଇ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିଥିଲେ ଜିଲ୍ଲାପାଳ । ଆହତ ବ୍ୟକ୍ତି ଜଣଙ୍କ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସ୍ଥାନିୟ ବାସିନ୍ଦା ।