କନକ ବ୍ୟୁରୋ: କେତେବେଳେ ନକ୍ସଲମାନଙ୍କୁ ମୁକାବିଲା କରୁଛନ୍ତି ତ ଆଉ କେତେବେଳେ ସୀମାରେ ସୁରକ୍ଷା ଦେଉଛନ୍ତି ଆମ ଯବାନ । ହେଲେ ସେହି ଯବାନମାନେ କିଛି ଏମିତି କାମ କରିଦେଖାଇଛନ୍ତି ଯାହା ଦେଖିଲେ ଆପଣ ବି କହିବେ ସାବାସ ସିପାହୀ । ଏ ଚିତ୍ର ହେଉଛି ବସ୍ତର ଅଂଚଳର ।
ବିଜାପୁରର ବାସାଗୁଡା ଥାନା ବୁଡଗିଚେର ଅଂଚଳରେ ଜଣେ ବ୍ୟକ୍ତି ଟ୍ରାକ୍ଟରରୁ ଖସିପଡି ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ଜରୁରୀ ହୋଇପଡିଥିଲା । ହେଲେ ତାଙ୍କୁ ଏକ ଘରେ ରଖାଯାଇଥିଲା । ଜଗି ରହିଥିଲେ ପରିବାର ଲୋକେ । ଠିକ ସେତିକି ବେଳେ ସର୍ଚ୍ଚ ଅପରେସନରେ ସାମିଲ ଥିବା କିଛି ଯବାନ ପହଞ୍ଚିଯାଇଥିଲେ ସେଠାରେ । ଏକ ଖଟିଆରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଂଚାଇବା ପାଇଁ ଆରମ୍ଭ ହେଲା ଉଦ୍ୟମ । ଏଥିପାଇଁ ତାଙ୍କୁ ପରିବାରଲୋକଙ୍କ ପ୍ରତିରୋଧର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥିଲା ।
ହେଲେ ପରିବାରଲୋକଙ୍କୁ ବୁଝାଇଥିଲେ । ଖଟିଆରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ନେଇ ଚାଲି ଚାଲି ପ୍ରାୟ ୫ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ । ତା ପରେ ଆହତ ବ୍ୟକ୍ତିଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଇଥିଲେ ଏହି ଯବାନ ମାନେ । ସେଠାରେ ତୁରନ୍ତ ଚିକିତ୍ସା କରାଯିବା ପରେ ବ୍ୟକ୍ତି ଜଣଙ୍କ ଏବେ ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି । ଯବାନଙ୍କ ଏପରି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/ARMY.jpg)
/kanak/media/post_attachments/wp-content/uploads/2019/06/vlcsnap-2019-06-01-13h56m01s620-300x220.png)
/kanak/media/post_attachments/wp-content/uploads/2019/06/vlcsnap-2019-06-01-13h56m22s029-300x220.png)